ଦେବଗଡ଼: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ। ଏହି ଦାବିରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍ ଡିମିରିକୁଦା , ଗଣ୍ଡମ , ଝରାଗୋଗୁଆ , ପାରପୋଷି , ଝାରମୁଣ୍ଡା ପଞ୍ଚାୟତବାସୀ ପଂଚାୟତ ନିର୍ବାଚନ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିଲେ। ଫଳରେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ବି କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିପାରି ନଥିଲେ। ଏହି ଅଞ୍ଚଳରେ ମୋବାଇଲ ନେଟୱାର୍କ ଆସୁନଥିବାରୁ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ କରୋନା କାଳରେ ଅନଲାଇନ ଶିକ୍ଷା ଏକ ମାତ୍ର ବିକଳ୍ପ। ମାତ୍ର ନେଟୱାର୍କ ସମସ୍ୟା ଯୋଗୁ ଏହି ଅଞ୍ଚଳରେ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ୫ ପଞ୍ଚାୟତବାସୀଙ୍କ ଦୁଃଖ ବୁଝିବା ସହିତ ମୋବାଇଲ୍ ଟାୱାର ନିର୍ମାଣ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଟାୱାର ନିର୍ମାଣ ନେଇ ତତ୍ପରତା ପ୍ରକାଶ କରିଥିଲେ। ତେବେ ଉକ୍ତ ୫ ପଂଚାୟତବାସୀଙ୍କ ଦାବି ଯର୍ଥାର୍ଥତା ଥିବା ହେତୁ ବିଜେଡି ନେତା ମଧ୍ୟ ତାଙ୍କ ସହିତ ଆନ୍ଦୋଳନରେ ସାମିଲ ହେବା ସହିତ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।
/sambad/media/post_attachments/wp-content/uploads/2022/06/35f7503a-d8db-4cf0-b343-827bab4379be.jpg)
ରାଜ୍ୟ ସରକାର ଏ ବାବଦରେ ଏକ ଘରୋଇ ଟେଲିକମ୍ ସଂସ୍ଥା ସହିତ ଆଲୋଚନା ମଧ୍ୟ କରିଥିଲେ। ତେବେ ଝରାଗୋଗୁଆ ଗ୍ରାମରେ ମୋବାଇଲ ଟାୱାର ନିର୍ମାଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯିବା ସହିତ ମୋବାଇଲ ଟାୱାର ପାଇଁ ଗାତ ଖୋଳା ଆରମ୍ଭ କରାଯାଇଥିଲା। ପ୍ରାର୍ଥୀ ନଥିବା ଆସନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ନିର୍ବାଚନ କମିସନର ସାନି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାରେ ଉକ୍ତ ୫ ପଂଚାୟତରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ସହିତ ନିର୍ବାଚନରେ ସାମିଲ ହୋଇଥିଲେ। ତେବେ ଝରାଗୋଗୁଆ ଗ୍ରାମରେ ଟାୱାର ନିର୍ମାଣ ସାମଗ୍ରୀ ପହଞ୍ଚିବା ପରେ ଟାୱାର ନିର୍ମାଣ କାର୍ଯ୍ୟ ହେବା ସହିତ ଇତିମଧ୍ୟରେ ଟାୱାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ଟାୱାର କାର୍ଯ୍ୟକ୍ଷମ ହୋଇନଥିବା ସହିତ ଡିମିରିକୁଦା ଓ ପାରପୋଷିଠାରେ ମୋବାଇଲ ଟାୱାର କାର୍ଯ୍ୟ ଆରମ୍ଭ ହୋଇନଥିବା ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଗତ ୧୪ ତାରିଖ ଦିନ ଝରାଗୋଗୁଆ ଗ୍ରାମର ବଜାର ପ୍ରାଙ୍ଗଣରେ ନିକଟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହାସହିତ ଗତ ୧୭ ତାରିଖ ଦିନ ତିଲେଇବଣି ବ୍ଲକ୍ ଡିମିରିକୁଦା , ଗଣ୍ଡମ , ଝରାଗୋଗୁଆ , ପାରପୋଷି , ଝାରମୁଣ୍ଡା ପଞ୍ଚାୟତବାସୀ ଦେବଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ କରିବା ପରେ ଯଦି ଝରାଗୋଗୁଆ ଗ୍ରାମରେ ନିର୍ମିତ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ ଏବଂ ବାକି ପଞ୍ଚାୟତକୁ ମୋବାଇଲ ନେଟୱାର୍କ ସଂଯୋଗ ନ ହୁଏ ତେବେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ସହିତ ୫ ପଞ୍ଚାୟତବାସୀ ୪୯ନଂ ଜାତୀୟ ରାଜପଥକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବେ ବୋଲି ଚେତାବନୀ ଦେଇଥିଲେ। ଅନୁରୁପ ଭାବେ ବିଜେଡି ପକ୍ଷରୁ ସେହି ଦିନ ମୋବାଇଲ ଟାୱାର ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଟାୱାର କାର୍ଯ୍ୟକ୍ଷମ ହୋଇନଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଆଜି ଲଇମୁରା ଅଂଚଳ ବିକାଶ ଯୁବ ମଞ୍ଚ ପକ୍ଷରୁ ସମ୍ବଲପୁର – ଦେବଗଡ଼ ୪୯ନଂ ଜାତୀୟ ରାଜପଥର କୌଳାସ ଛକଠାରେ ୧୨ ଘଣ୍ଟିଆ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଏହାସହିତ ନେଟୱାର୍କ ସଂଯୋଗ ନିମନ୍ତେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।ରାସ୍ତା ଅବରୋଧ ଯୋଗୁଁ ବହୁ ଯାନବାହାନ ରାସ୍ତାରେ ଅଟକି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/41e62ba3-c219-4425-b9d1-cf9f48cb084a.jpg)