ଭୁବନେଶ୍ବର: ୟାସ୍ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା । ଆଜି ସନ୍ଧ୍ୟା ୫ଟା ଭିତରେ ସାମୁଦ୍ରିକ ଝଡର ରୂପ ନେବ । କାଲି ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହେବ । ଉତ୍ତର ଓ ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ପକାଇବ ବାତ୍ୟା । ପାରାଦୀପଠାରୁ ୫୩୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ୱରଠାରୁ ୬୩୦ କିମି ଦୂରରେ ରହିଛି ବାତ୍ୟା ୟାସ୍ । ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବାକୁ ଯାଉଛି । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାକୁ ସତର୍କ । କାଲିଠୁ ଉପକୂୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ୨୫ରେ କମ୍, ୨୬ରେ ଅତି ପ୍ରବଳ ବର୍ଷା ହେବ । ୧୨ ଘଣ୍ଟା ଭିତରେ ଅଧିକ କ୍ଷୟକ୍ଷତି ଘଟାଇବ । ସ୍ଥଳଭାଗ ଛୁଇଁବାର ପୂର୍ବ ୬ ଘଣ୍ଟା ଓ ପରବର୍ତ୍ତୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ।
Sambad is now on WhatsApp
Join and get latest news updates delivered to you via WhatsApp
୨୬ ତାରିଖ ମଧ୍ୟାହ୍ନ ସୁଧା ଲ୍ୟାଣ୍ଡଫଲ କରିବ ଏବଂ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଂଟାକୁ ୧୬୫ କିଲୋମିଟର ହୋଇପାରେ । ବେଳେ ବେଳେ ପବନ ଝଟକା ଦେଇ ଘଂଟାକୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ପୂର୍ବରୁ ଏହା ବାଙ୍ଗଲାଦେଶ ଯାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏହା ଓଡ଼ିଶା ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭାରତର ପ୍ରାୟ ଅଧା ଆକାରର ସୃଷ୍ଟି ହୋଇଥିବା ଏହି ବାତ୍ୟା ‘ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଆକାରକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି ।