କୋରାପୁଟ/ନବରଙ୍ଗପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚାଲିଥିବା ବେଳେ ଆଜି ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ବନ୍ଦ ପାଳିତ ହେଉଛି। ଅବିଭକ୍ତ କୋରାପୁଟର ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ କୋରାପୁଟ, ନବରଙ୍ଗପୁର,ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହେଉଛି। ଅବିଭକ୍ତ କୋରାପୁଟ ଜିଲ୍ଲା ବାର ଆସୋସିଏସନ୍ ଡାକରାରେ ଦିଆଯାଇଥିବାଏହି ବନ୍ଦ ପାଳନ ଯୋଗୁଁ କୋରାପୁଟ୍ର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ଅନ୍ୟ ସଙ୍ଗଠନଗୁଡ଼ିକ ସମର୍ଥନ ଜଣାଇଥିବାରୁ କୋରାପୁଟ୍ର ଜନଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ଅବିଭକ୍ତ କୋରାପୁଟ୍ର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଛି ମାତ୍ର ଏଦିଗରେ ସରକାର କୌଣଓି ପଦକ୍ଷେପ ନେଉ ନାହାଁନ୍ତି ବୋଲି ଆଇନଜୀବୀମାନେ ଅଭିଯୋଗ କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦ ଡାକରା ଅବିଭକ୍ତ କୋରାପୁଟ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦିଆଯାଇଥିଲେ ମଧ୍ୟ ୪ଟି ଜିଲ୍ଲାର ସମସ୍ତ ଛାମୁଆ ସଙ୍ଗଠନ ସହିତ ବିଜେପି, କଂଗ୍ରେସ ଓ ବିଜେଡ଼ିର ସ୍ଥାନୀୟ ନେତୃତ୍ୱ ଏହି ଦାବିକୁ ସମର୍ଥନ କରିଛନ୍ତି। ଫଳରେ କୋରାପୁଟ, ନବରଙ୍ଗପୁର,ରାୟଗଡ଼ା ଓ ମାଲକାନଗିରିରେ ବନ୍ଦ ପାଳିତ ହେଉଛି। ଏହି ସବୁ ଜିଲ୍ଲାରେ ବସ, ଟ୍ରକ୍ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଦୋକାନବଜାର ସହିତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଛି।
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ୍, ନବରଙ୍ଗପୁର,ରାୟଗଡ଼ା ଓ ମାଲକାନଗିରିରେ ୧୨ ଘଣ୍ଟିଆ ବନ୍ଦ ପାଳିତ
/sambad/media/post_attachments/wp-content/uploads/2018/12/Koraput_18.12.18_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)