ଯାଜପୁର: ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ଘଣ୍ଟିଆ ବନ୍ଦ ପାଳନ ପାଇଁ ବିଜେପି ପକ୍ଷରୁ ଡାକରା ଦିଆଯାଇଛି।
ଜିଲ୍ଲାର ୧୦ଟି ବ୍ଲକ୍ ଏବଂ ୨ଟି ପୌରାଞ୍ଚଳରେ ବିଜେପି କର୍ମୀ ଏବଂ ସମର୍ଥକମାନେ ପ୍ଲାକାର୍ଡ, ବ୍ୟାନର ଆଦି ପ୍ରଦର୍ଶନ କରି ବନ୍ଦ ପାଳନ କରୁଛନ୍ତି। ଛକ ଯାଗାଗୁଡ଼ିକରେ କେତେକ ପୁରୁଣା ଟାୟାର ମଧ୍ୟ ଜାଳୁଥିବାର ଦେଖାଯାଉଛି।
/sambad/media/post_attachments/wp-content/uploads/2019/10/jajpur-1-300x169.jpg)
ଏପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ବନ୍ଦପାଳନ ଶାନ୍ତପୂର୍ଣ୍ଣ ରହିଛି। ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହ ଯାତ୍ରୀବାବାହୀ ଯାନବାହନ ଚଳଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଦୁଇଚକିଆ ଯାନ ଯୋଗେ କେହି କେମିତି ଯାତାୟାତ କରୁଛନ୍ତି।
ଧର୍ମଶାଳା ବ୍ଲକ୍ର ହରିଦାସପୁର ପଞ୍ଚାୟତର ଭିଏଲ୍ଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କର ଗତ ୫ ଦିନ ତଳେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ଏହା ଆତ୍ମହତ୍ୟା ବୋଲି ପୁଲିସ ସାମ୍ବାଦିକ ସମ୍ମିଳନୀରେ କହିବା ପରେ ଘଟଣା ରାଜନୈତିକ ମୋଡ଼ ନେଇଥିଲା।
ବିରୋଧୀମାନେ କହୁଛନ୍ତି କି, ଏହା ଆତ୍ମହତ୍ୟା ନୁହେଁ ହତ୍ୟାଜନିତ ମୃତ୍ୟୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/jajpur1.jpg)