୧୨ ରାଜସ୍ୱ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗ ମଙ୍ଗଳବାର ୧୨ ଜଣ ରାଜସ୍ୱ ଅଧିକାରୀଙ୍କୁ ବଦଳି କରିଛନ୍ତି। ବିଜ୍ଞପ୍ତି ଅନୁସାରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅତିରିକ୍ତ ତହସିଲଦାର ଜନ୍ମେଜୟ ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅତିରିକ୍ତ ତହସିଲଦାର ଭାବରେ ବଦଳି ହୋଇଛି। ଯାଜପୁର ଜିଲ୍ଲାର ଧର୍ମଶାଳା ଅତିରିକ୍ତ ତହସିଲଦାର ନାରାୟଣ ଦିକ୍ଷୀତଙ୍କୁ ଦାନଗଦି ଅତିରିକ୍ତ ତହସିଲଦାର ଭାବରେ ବଦଳି ହୋଇଛି।

କେନ୍ଦ୍ରାପଡା ଅତିରିକ୍ତ ତହସିଲଦାର ସରୋଜକାନ୍ତ ସେଠୀଙ୍କୁ ଧର୍ମଶାଳା ସବ୍‌-ରେଜିଷ୍ଟାର ଭାବରେ ବଦଳି ହୋଇଥିବା ବେଳେ ଧର୍ମଶାଳା ସବ୍‌-ରେଜିଷ୍ଟାରଙ୍କୁ ଉଲ୍ଲାସ କୁମାର ସେଠୀଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ତହସିଲଦାର ଭାବରେ ବଦଳି ହୋଇଛି। ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅତିରିକ୍ତ ତହସିଲଦାର ମିଲି ସାମନ୍ତରାୟଙ୍କୁ ଭୁବନେଶ୍ୱରସ୍ଥିତ ବୟନିକାକୁ ସଚିବ ଭାବରେ ବଦଳି ହୋଇଛି।

ସମ୍ବନ୍ଧିତ ଖବର