କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳରେ ଲିଜ୍ ଓ ପରିବେଶ ଅନୁମତି ସରୁଥିବା ୧୨ଟି ଖଣିର କାରବାର ବନ୍ଦ ରଖିବାକୁ ଡିଏଫ୍ଓ ସନ୍ତୋଷ ଯୋଶୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିନେଇ ଗତକାଲି ଏହି ୧୨ଟି ଖଣି କତ୍ତୃର୍ପକ୍ଷଙ୍କୁ ଚିଠି ଲେଖିଛନ୍ତି।
କେନ୍ଦୁଝର ଡିଏଫ୍ଓଙ୍କ ଚିଠି ନଂ–୨୦୭୦ ଅନୁସାରେ, କେଜେଏସ୍ଆଲୁୱାଲିଆ ଅଧୀନରେ ଥିବା ନୁଆଗାଁ ଲୁହା ପଥର ଖଣି, କେପି ଏଣ୍ଟରପ୍ରାଇଜେସ୍ଅଧୀନରେ ଥିବା ଠାକୁରାଣୀ ଲୁହାପଥର ଖଣି, ରୁଙ୍ଗଟା ମାଇନସ୍ଅଧୀନରେ ଥିବା ଜଜାଙ୍ଗ ଲୁହା ପଥର ଏବଂ ମାଙ୍ଗାନିଜ୍ଖଣି, ମଙ୍ଗିଲାଲ ରୁଙ୍ଗଟା ଅଧିନରେ ଥିବା ସିଲିଯୋଡା–କାଳିମାଟି ଲୁହାପଥର ଏବଂ ମାଙ୍ଗାନିଜ୍ଖଣି, ରୁଙ୍ଗଟା ସନସ୍ଅଧୀନରେ ଥିବା କଟାସାହି ମାଙ୍ଗାନିଜ୍ଖଣି, ଏସେଲ ମାଇନିଂ ଅଧୀନରେ ଥିବା କାଶିଆ ଲୁହାପଥର ଓ ଡୋଲାମାଇଟ୍ଖଣି, ଏସେଲ ମାଇନିଂ ଅଧୀନରେ ଥିବା ଜିଲିଙ୍ଗ–ଲଙ୍ଗାଲୋଟା ଲୁହାପଥର ଖଣି, କେ.ଏନ୍ରାମ ଅଧୀନରେ ଥିବା ରୋଇଡା–୨ ଲୁହାପଥର ଖଣି, କଳିଙ୍ଗ ମାଇନିଙ୍ଗ କର୍ପୋରେସନର ଲୁହାପଥର ଖଣି, ସିରାଜ୍ୁଦ୍ଦିନ ଅଧୀନନରେ ଥିବା ବଲଦା ଲୁହାପଥର ଖଣି, ଆରପି ସାଓ ଲୁହାପଥର ଖଣି, ପଟନାୟକ ମିନେରାଲସ୍ଅଧୀନରେ ଥିବା ଜରିବାହାଲ ଲୁହାପଥର ଖଣିର ମାଇନିଂ ଲିଜ୍ଏବଂ ପରିବେଶ ଅନୁମତି ମାର୍ଚ୍ଚ ୩୧ ତାରିଖରେ ଶେଷ ହେଉଥିବାରୁ ଏପ୍ରିଲ ୧ ତାରିଖରୁ ଏଠାରେ ଆଉ କୌଣସି ପ୍ରକାର କାରବାର ନ କରିବାକୁ ଡିଏଫ୍ଓ ଚିଠି ଲେଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/Strip_coal_mining-1.jpg)