ହାଇକୋର୍ଟରେ ୧୨ ନୂଆ ଏଜିଏ ଓ ୧୩ ଏଏସ୍‌ସି

କଟକ : ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ୧୨ ଜଣ ଅତିରିକ୍ତ ସରକାରୀ ଓକିଲ(ଏଜିଏ) ଓ ୧୩ ଜଣ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ(ଏଏସସି)ଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଜିଏ ଭାବେ ବସନ୍ତ କୁମାର ନାୟକ, ଅଜୟ କୁମାର ନନ୍ଦ, ଅଯୋଧ୍ୟା ରଂଜନ ଦାଶ, ଅରୁଣ କୁମାର ମିଶ୍ର, ଦେବକାନ୍ତ ମହାନ୍ତି, ୟାଇଏସପି ବାବୁ, ସୁବିର ପାଲିତ, ପ୍ରଭୁ ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ପଣ୍ଡା, ମନୋଜ କୁମାର ଖୁଣ୍ଟିଆ, ସୁମନ ପଟ୍ଟନାୟକ, ଧନଞ୍ଜୟ ମୁଣ୍ଡଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ଭାବେ ସୁକୁମାର ଘୋଷ, ସୂର୍ଯ୍ୟ ରଂଜନ ରାଉଳ, ସୁଷମାରାଣୀ ସାହୁ, ମନୋଜ କୁମାର ମହାନ୍ତି, କରୁଣାକର ଦାସ, ସେକ୍ ଜାଫରୁଲ୍ଲା, ସଂଗ୍ରାମ କେଶରୀ ମିଶ୍ର, ଆନନ୍ଦ ପ୍ରକାଶ ଦାସ, ଅଭିନନ୍ଦନ ପ୍ରଧାନ, ଶୈଳଜାନନ୍ଦନ ଦାସ, ତରୁଣ ପଟ୍ଟନା‌ୟକ, ଗଜେନ୍ଦ୍ର ରାଉତ ଓ ଦେବେନ୍ଦ୍ର କୁମାର ମହାନ୍ତିଙ୍କୁ ଏଏସସି ଭାବେ ନିଯୁକ୍ତି ମିଳିଛି। ଖୁବ୍ ଶୀଘ୍ର ସରକାରୀ ଓକିଲଙ୍କ ଆଉ ଏକ ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର