୧୨ ଓଏଏସ୍‌ ଅଫିସରଙ୍କ ବଦଳି

ଭୁବନେଶ୍ବର : ଗତକାଲି ଆଇଏଏସ୍‌ ସ୍ତରରେ ସରକାର ବଡ଼ ଧରଣର ଅଦଳବଦଳ କରିବା ପରେ ଆଜି ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ରାଜସ୍ବ ପର୍ଷଦ ଅଧୀନସ୍ଥ ଭୁବ‌େନଶ୍ବରର ଅତିରିକ୍ତ ରିଭିଜ୍‌ନାଲ୍‌ କୋର୍ଟରେ ଅତିରିକ୍ତ କମିସନର୍‌ ଥିବା ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ସ୍ଥାନକୁ ଆସିଛନ୍ତି ବର୍ତ୍ତମାନ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଥିବା ଶୁଭକାନ୍ତ ମିଶ୍ର। କଟକ ମହାନଗର ନିଗମର ଅତିରିକ୍ତ କମିସନର୍ ଜୟନ୍ତ ନାରାୟଣ ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ଓଡ଼ିଶା ବିଶ୍ବବିଦ୍ୟାଳୟର ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି।

ଭବାନୀପାଟଣା ଉପଜିଲ୍ଲାପାଳ ମିର୍ଦ୍ଧା ଟୋପୋଙ୍କୁ ବରଗଡ଼ର ଏଡିଏମ୍‌ ଭାବେ ବଦଳି କରାଯାଇଛି। ପୁରୀର ଏଡିଏମ୍‌ ବିନୟ କୁମାର ଦାଶଙ୍କୁ ସେଠାରେ ଏଡିଏମ୍‌(ଆର୍‌ ଆଣ୍ଡ୍‌ ଆର୍‌) ଭାବେ ନିଯୁକ୍ତି ମିଳିଛି। ନୟାଗଡ଼ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶ ଅନାମ ଚରଣ ପାତ୍ରଙ୍କୁ ଗଞ୍ଜାମ ଆର୍‌ଆଇସି ମହାପ୍ରବନ୍ଧକ ଭାବେ ବଦଳି କରାଯାଇଛି। ସେଠାରେ ଥିବା ସୂର୍ଯ୍ୟ ମାଧବ ପାଣିଗ୍ରାହୀଙ୍କୁ ଗଞ୍ଜାମ-କୋରାପୁଟ ମେଜର୍‌ ସେଟେ‌ଲ୍‌ମେଣ୍ଟ୍‌ର ଅତିିରିକ୍ତ କମିସନର୍‌ ଭାବେ ନିଯୁକ୍ତି ମିଳିଛି। ରାଜସ୍ବ ବିଭାଗର ଯୁଗ୍ମ ସଚିବ ବ୍ରହ୍ମାନନ୍ଦ ବେହେରାଙ୍କୁ ରାଜସ୍ବ ପର୍ଷଦର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରମ ବିଭାଗର ଯୁଗ୍ମ ସଚିବ ପ୍ରଦୀପ କୁମାର ସାହୁଙ୍କୁ ପୁରୀ ଏଡିଏମ୍‌ ଭାବେ ନୂଆ ନିଯୁକ୍ତି ମିଳିଛି। ବରଗଡ଼ ଜିଲ୍ଲାର ଭଟ୍‌ଲି ତହସିଲ୍‌ଦାର୍ ଅଞ୍ଜଲୀନା ପ୍ରଧାନଙ୍କୁ ଭିମ୍‌ସାରର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି। ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର୍‌ଙ୍କ କାର୍ଯ୍ୟାଳୟର ଉପ ଆବାସିକ କମିସନର୍‌ ବସନ୍ତ କୁମାର ହୋତା ଗୃହ ବିଭାଗର ଉପ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସରକାରୀ ଉଦ୍ୟୋଗ ବିଭାଗର ଉପସଚିବ ସୁମିତା ସିଂହଙ୍କୁ କଟକସ୍ଥିତ ଶିଶୁଭବନର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର