ବ୍ରହ୍ମପୁର: ଲିଙ୍ଗ ନିରୂପଣ କରିବା ବେଆଇନ୍। ଏଥି ପାଇଁ ସରକାର କଡ଼ା ନିୟମ କରିଛନ୍ତି। ପ୍ରତି ଡାକ୍ତରଖାନା, କ୍ଲିନିକ୍ ଓ ପାଥୋଲ୍ୟାବ୍ରେ ବିଜ୍ଞାପନ, ପୋଷ୍ଟର, ବ୍ୟାନର ଆଦି ଲଗାଇଛନ୍ତି। କିନ୍ତୁ ଏହାକୁ ଅନେକ ସ୍ବାସ୍ଥ୍ୟ କର୍ମୀ ଓ ଅସାଧୁ ବ୍ୟକ୍ତି ମାନୁ ନାହାନ୍ତି। ବ୍ରହ୍ମପୁର ସହରରେ ବେଆଇନ୍ ଭ୍ରୁଣ ନିରୂପଣ କରିବା ଅଭିଯୋଗରେ ୧୨ ଜଣ ଗିରଫ ହୋଇଛନ୍ତି। ବୈଦ୍ୟନାଥପୁର ପୁଲିସ ଦ୍ବାରା ଚଢ଼ଉ ସମୟରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଦୁର୍ଗା ପ୍ରସାଦ ନାୟକ (୪୧), ଅକ୍ଷୟ ଦଳାଇ (୨୪) , ହରି ମୋହନ ଦଳାଇ (୪୨), ରିନା ପ୍ରଧାନ (୪୦), ରବିନ୍ଦ୍ରନାଥ ସତପଥୀ (୩୯), କାଳି ଚରଣ ବିଷୋୟୀ (୩୮), ସୁଶାନ୍ତ କୁମାର ନନ୍ଦ (୪୦), ପଦ୍ମ ଚରଣ ଭୂୟା (୬୦), ଶିବରାମ ପ୍ରଧାନ (୩୭), ସୁମନ୍ତ କୁମାର ପ୍ରଧାନ (୩୦), ଧବଳେଶ୍ୱର ନାୟକ (୫୧) ଓ ଏମ୍ ସୁଜାତା (୪୯)। ପୁଲିସ ସେମାନଙ୍କର ଠାରୁ ୨ଟି ଅଲଟ୍ରାସାଉଣ୍ଡ ମେସିନ, ଗୋଟିଏ ମୋବାଇଲ ଫୋନ୍ ଓ ନଗଦ ୧୮,୨୦୦ ଟଙ୍କା ଜବତ କରିଛି।
/sambad/media/post_attachments/wp-content/uploads/2022/05/c9ad313c-ad52-4ef1-8919-74460511bb4e-e1653654635684.jpg)
ବ୍ରହ୍ମପୁର ଏସ୍ପି ଡ. ଶ୍ରବଣା ବିବେକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର କହିଛନ୍ତି, ଗତକାଲି ମଧ୍ୟାହ୍ନରେ ବିଶ୍ବସ୍ତ ସୂତ୍ରରେ ଖବର ପାଇ ବେଆଇନ୍ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଖବର ପାଇଁ ବୈଦ୍ୟନାଥପୁର ଥାନା ଅଞ୍ଚଳର ଆଙ୍କୁଲିର ଆନନ୍ଦନଗରରେ ଏକ ଘରେ ଚଢ଼ଉ କରାଯାଇଥିଲା। ସେଠାରେ କୌଣସି ପୋଷ୍ଟର ଅଥବା ବ୍ୟାନର ନଥିଲା। ଦୁର୍ଗା ପ୍ରସାଦ ନାୟକଙ୍କ ଘରେ ହୋଇଥିବା ଏହି ଚଢ଼ଉ ସମୟରେ ୨ଟି ଅଲଟ୍ରାସାଉଣ୍ଡ ମେସିନ ରଖି ଗର୍ଭବତୀ ମହିଳାଙ୍କ ଭ୍ରୁଣର ଲିଙ୍ଗ ନିରୂପଣ କରାଯାଉଥିଲା। ଚଢ଼ଉ ବେଳେ ସେଠାରେ ୧୧ ଜଣ ଗର୍ଭବତୀ ମହିଳା ମଧ୍ୟ ଉପସ୍ଥିତ ଥିଲେ। ପୁଲିସ ଟିମ୍ ଏବାବଦରେ ସିଡିଏମ୍ଓଙ୍କୁ ସୂଚନା ଦେଇ ଏକ ଟିମ୍ ପଠାଇବାକୁ କହିଥିଲେ।
ଏହା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ଘଟଣାସସ୍ଥଳରେ ପହଞ୍ଚି, ତଦନ୍ତ କରିଥିଲା। ଏହା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଦୁର୍ଗା ପ୍ରସାଦଙ୍କ ସମେତ ମୋଟ ୧୨ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିରେ ୨ ଜଣ ଦଲାଲ, ଜଣେ ଆଶା କର୍ମୀ ମଧ୍ୟ ସଂପୃକ୍ତ ଅଛନ୍ତି। ସେହିପରି ବ୍ରହ୍ମପୁର ସହରରେ ଥିବା ବିଭିନ୍ନ କ୍ଲିନିକ, ପାଥୋଲାବ ଓ ହସ୍ପିଟାଲର କର୍ମଚାରୀ ମଧ୍ୟ ସଂପୃକ୍ତ ଅଛନ୍ତି। ଏହି ବେଆଇନ୍ କାରବାର ପ୍ରାୟ ୨ ବର୍ଷ ହେଲା ଚାଲିଥିଲା ବୋଲି ଏସ୍ପି ଶ୍ରୀ ବିବେକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/21de4018-5a50-436d-9a54-85deac031119.jpg)