ବଦଳିଲେ ୧୨ ଥାନା ଅଧିକାରୀ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଇନ୍‌ସପେକ୍ଟର ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ଠେଲକୁଲି ଥାନା ଅଧିକାରୀ ଥିବା ଇନ୍ସପକ୍ଟେର ପ୍ରକାଶ କୁମାର କର୍ଣ୍ଣଙ୍କୁ ସମ୍ବଲପୁର ଟାଉନ ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଇନ୍‌ସପେକ୍ଟର ଜ୍ୟୋତିରାଣୀ ବେହେରାଙ୍କୁ ମହୁଲପାଲି ଥାନାରୁ ସଦର ଥାନା, କମଳକୁମାର ପଣ୍ଡାଙ୍କୁ କୁଚିଣ୍ଡାରୁ ବୁର୍ଲା ଥାନା, ଚିତ୍ତରଂଜନ ନାଏକଙ୍କୁ କିସିଣ୍ଡାରୁ ହୀରାକୁଦ ଥାନା ଓ ଜୟରଶ୍ମୀ ସେଠୀଙ୍କୁ ଶାସନ ଥାନାରୁ ଠେଲକୁଲିକୁ ଥାନା ଅଧିକାରୀ ଭାବେ ବଦଳି ହୋଇଛି।

ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅବସ୍ଥାପିତ ଶୋଭାକର ସେଠଙ୍କୁ କୁଚିଣ୍ଡା, ପ୍ରେମଜୀ ଦାସଙ୍କୁ ଜମନକିରା ଏବଂ ପଦ୍ମାସିନୀ ମେହେରଙ୍କୁ କିସିଣ୍ଡା ଥାନାରେ ଅବସ୍ଥାପିତ କରାଯାଇଛି। ଲୋକନାଥ ସାହୁଙ୍କ ଟ୍ରାଫିକ୍‌ ଥାନାରୁ ଶାସନ ଥାନା, ଇସ୍ମାଇଲ ଏକ୍କାଙ୍କୁ ନାକଟିଦେଉଳରୁ ଟ୍ରାଫିକ ଥାନା, ବିଧୁଭୂଷଣ ମିଶ୍ରଙ୍କୁ କୁଚିଣ୍ଡାରୁ ନାକଟିଦେଉଳ ଏବଂ ଯାଜ୍ଞସେନୀ ମେହେରଙ୍କୁ ମହୁଲପାଲି ଥାନାକୁ ବଦଳି କରାଯାଇଛି। ରେଙ୍ଗାଲି ଓଆଇସି ଧବଳେଶ୍ବର ସାହୁଙ୍କୁ ଆଇଆଇସି ରେଂଗାଲି ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର