ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୧୨ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍‌ ଶନିବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। କ୍ୟାବିନେଟ୍‌ ବୈଠକରେ ୩୦୭ଟି ଗାଁରେ ଶୁଦ୍ଧ ପାଣି ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ଏ ବାବଦରେ ଆବେଦନ ହୋଇଥିବା ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗରେ ନୂଆ ନିଯୁକ୍ତି ଉପରେ କ୍ୟାବିନେଟ୍‌ ମୋହର ଲଗାଇଛି।

ରାଜ୍ୟ କ୍ୟାବିନେଟ୍‌ରେ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ସମସ୍ୟା ନେଇ ଆଲୋଚନା ହୋଇଛି। ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜକୁ ଶତପ୍ରତିଶତ ଗ୍ରାଣ୍ଟ ମଞ୍ଜୁରୀ ଦିଆଯାଇଛି। ଏହା ଦ୍ୱାରା ୨୫ ହଜାର ୬୦୪ ଜଣ ଶିକ୍ଷକ ଉପକୃତ ହେବେ। କ୍ୟାବିନେଟ୍‌ ବୈଠକରେ ୪ଟି ଗ୍ରାମାଞ୍ଚଳ ପାଇପ ପାଣି ପ୍ରକଳ୍ପ ଉପରେ ମୋହର ଲାଗିଛି। କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ଅନୁଗୁଳରେ ନୂତନ ପ୍ରକଳ୍ପ ଲାଗିବ। ଏହା ଦ୍ୱାରା ୩୦୭ଟି ଗାଁର ୩.୫୩ ଲକ୍ଷ ଲୋକ ଉପକୃତ ହେବେ। ୨୪ ମାସ ଭିତରେ ପ୍ରକଳ୍ପ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର