ଖଡଗପୁର ଓ ହିଜଲି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ: ୧୨ ଟ୍ରେନ୍‌ ବାତିଲ୍‌, ୫ଟିର ମାର୍ଗ ପରିବର୍ତନ

ଭୁବନେଶ୍ବର : ହାଓଡ଼ା-ଚେନ୍ନାଇ, ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳ ମାର୍ଗରେ ଖଡ଼ଗପୁର ଓ ହିଜଲି ଷ୍ଟେସନ୍ ମଧ୍ୟରେ ତୃତୀୟ ଲାଇନ୍‌ ନିର୍ମାଣ କରାଯାଉଛି। ତେଣୁ ଏହି ମାର୍ଗ ଦ୍ବୟରେ ୨୧ରୁ ୨୩ ତାରିଖ ମଧ୍ୟରେ ଟ୍ରେନ୍‌ ସେବା କିଛି ମାତ୍ରାରେ ପ୍ରଭାବିତ ହେବ। ଏଥିପାଇଁ ୧୨ଟି ଟ୍ରେନ୍ ବାତିଲ୍ ଓ ୨ଟି ଆଂଶିକ ବାତିଲ୍ ହୋଇଥିବା ବେଳେ ଗୋଟିଏର ସମୟ ପରିବର୍ତନ, ୫ଟି ଟ୍ରେନ୍‌ର ମାର୍ଗ ପରିବର୍ତନ କରାଯାଇଛି। ଦୁଇଟି ଟ୍ରେନ୍‌ ସେବା ନିୟନ୍ତ୍ରଣ କରିବାକୁ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସିକନ୍ଦରାବାଦ-ହାଓଡ଼ା-ସିକନ୍ଦରାବାଦ ଫାଲକ୍‌ନାମା ଏକ୍ସପ୍ରେସ ସିକନ୍ଦରାବାଦରୁ ୨୧ ତାରିଖରେ ଓ ହାଓଡ଼ାରୁ ୨୨ ତାରିଖରେ ବାତିଲ୍‌ ହେଉଛି। ଶାଲିମାର-ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସ୍‌ ୨୨ ତାରିଖରେ ଉଭୟ ପାର୍ଶ୍ବରୁ, ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ଦୁରନ୍ତ ଏକ୍ସପ୍ରେସ୍‌ ୨୨ ତାରିଖରେ ହାଓଡ଼ାରୁ ଓ ୨୪ରେ ଯଶୋବନ୍ତପୁରରୁ, ହାଇଦ୍ରାବାଦ-ଶାଲିମାର-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌ ୨୧ରେ ହାଇଦ୍ରାବାଦରୁ ଓ ୨୨ରେ ଶାଲିମାରରୁ, ହାଓଡ଼ା-ଭୁବନେଶ୍ୱର-ହାଓଡ଼ା ଜନଶତାବ୍ଦୀ ଏକ୍ସପ୍ରେସ ୨୨ରେ ଉଭୟ ପାର୍ଶ୍ୱରୁ, ସାନ୍ତ୍ରାଗଛି-ତିରୁପତି-ସାନ୍ତ୍ରାଗଛି ଏକ୍ସପ୍ରେସ ୨୨ରେ ସାନ୍ତ୍ରାଗଛିରୁ ଓ ୨୩ରେ ତିରୁପତିରୁ, ଚେନ୍ନାଇ-ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ୨୧ରେ ଚେନ୍ନାଇରୁ ଓ ୨୨ରେ ଶାଲିମାରରୁ ବାତିଲ୍‌ କରାଯାଇଛି। ସେହିପରି ହାଓଡ଼ା-ଭଦ୍ରକ-ହାଓଡ଼ା ଏକ୍ସପ୍ରେସ୍‌ ୨୧ ଓ ୨୨ରେ ହାଓଡ଼ାରୁ ଏବଂ ୨୨ ଓ ୨୩ରେ ଭଦ୍ରକରୁ, ପୁରୀ-ଶାଲିମାର-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ୨୧ରେ ପୁରୀରୁ ଓ ୨୨ରେ ଶାଲିମାରରୁ, ହାଓଡ଼ା-ଯାଜପୁର କେନ୍ଦୁଝର ରୋଡ଼-ହାଓଡ଼ା ମେମୁ ଏକ୍ସପ୍ରେସ୍‌ ୨୨ରେ ଉଭୟ ପାର୍ଶ୍ୱରୁ, ଖଡ଼ଗପୁର-ଖୋର୍ଦ୍ଧାରୋଡ୍-ଖଡ଼ଗପୁର ଏକ୍ସପ୍ରେସ୍‌ ୨୨ରେ ଉଭୟ ପାର୍ଶ୍ୱରୁ ଏବଂ ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ୍‌ ୨୧ରେ ଯଶୋବନ୍ତପୁରରୁ ଓ ୨୨ରେ ହାଓଡ଼ାରୁ ବାତିଲ ହେବ।

୨୨ ତାରିଖରେ ଖଡ଼ଗପୁର-ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ସ୍ପେସାଲ୍‌ ହିଜଲି ଓ ଭଦ୍ରକ ମଧ୍ୟରେ ଚଳାଚଳ କରିବ। ହାଓଡ଼ା-ଟିଟିଲାଗଡ଼/କଣ୍ଟାବାଞ୍ଜି-ହାଓଡ଼ା ଇସ୍ପାତ୍‌ ଏକ୍ସପ୍ରେସ୍‌ ରାଉରକେଲା ଓ ଟିଟିଲାଗଡ଼/କଣ୍ଟାବାଞ୍ଜି ମଧ୍ୟରେ ଚଳାଚଳ କରିବ। ୨୨ ତାରିଖରେ ହାଓଡ଼ାରୁ ଛାଡ଼ିବାକୁ ଥିବା ହାଓଡ଼ା-ତିରୁଚିରାପଲ୍ଲି ଏକ୍ସପ୍ରେସ୍‌ ନିର୍ଧାରିତ ସମୟଠାରୁ ୪ ଘଣ୍ଟା ୫ ମିନିଟ୍ ବିଳମ୍ବରେ ଛାଡ଼ିବ। ନ୍ୟୁ ତିନ୍‌ସୁକିଆରୁ ମେ’ ୨୦ରେ ଛାଡ଼ିବାକୁ ଥିବା ନ୍ୟୁ ତିନ୍‌ସୁକିଆ-ବେଙ୍ଗାଲୁରୁ ଏକ୍ସପ୍ରେସ୍‌, ବେଙ୍ଗାଲୁରୁରୁ ୨୦ ତାରିଖରେ ଛାଡ଼ିବାକୁ ଥିବା ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ୍‌, ୨୧ରେ ସିକନ୍ଦରାବାଦରୁ ଛାଡ଼ିବାକୁ ଥିବା ସିକନ୍ଦରାବାଦ-ଗୌହାଟି ଏକ୍ସପ୍ରେସ, ୨୧ରେ ଅଗରତାଲାରୁ ଛାଡ଼ିବାକୁ ଥିବା ଅଗରତାଲା-ବେଙ୍ଗାଲୁରୁ କ୍ୟାଣ୍ଟ ଏକ୍ସପ୍ରେସ୍‌ ଭଟ୍ଟନଗର ଓ ଖଡ଼ଗପୁର ମାର୍ଗ ପରିବର୍ତ୍ତେ ଦୁର୍ଗାପୁର-ଆସନ୍‌ସୋଲ୍‌-ଆଦ୍ରା-ମିଦନାପୁର-ହିଜଲି ଦେଇ ଚଳାଚଳ କରିବ। ୨୧ରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-କାମାକ୍ଷା ଏକ୍ସପ୍ରେସ ହିଜଲି-ଖଡ଼ଗପୁର-ହାଓଡ଼ା ମାର୍ଗ ପରିବର୍ତ୍ତେ ଆସାନସୋଲ-ଆଦ୍ରା-ହିଜଲି ମାର୍ଗ ଦେଇ ଚାଲିବ। ମାର୍ଗ ପରିବର୍ତନ କରିବାକୁ ଥିବା ସମସ୍ତ ଟ୍ରେନ୍‌ ହିଜଲିରେ ୨ ମିନିଟ୍ ରହଣି କରିବ। ମେ’ ୨୧ରେ ଚେନ୍ନାଇରୁ ଛାଡ଼ିବାକୁ ଥିବା ଚେନ୍ନାଇ-ହାୱଡ଼ା ମେଲ୍‌ ଓ ଯଶୋବନ୍ତପୁରରୁ ଛାଡ଼ିବାକୁ ଥିବା ଯଶୋବନ୍ତପୁର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍‌ ଯଥାକ୍ରମେ ଦକ୍ଷିଣ ପୂର୍ବ ଏବଂ ପୂର୍ବତଟ ରେଳପଥ ମଧ୍ୟରେ ନିୟନ୍ତ୍ରିତ ହେବ। ସେହିପରି କନ୍ୟାକୁମାରୀରୁ ଛାଡ଼ିବାକୁ ଥିବା କନ୍ୟାକୁମାରୀ-ହାଓଡ଼ା ଏକ୍ସପ୍ରେସ୍ ଦକ୍ଷିଣ ପୂର୍ବ ରେଳପଥ ପରିସୀମା ମଧ୍ୟରେ ନିୟନ୍ତ୍ରିତ ହେବ।

ସମ୍ବନ୍ଧିତ ଖବର