ନନ୍ଦନକାନନକୁ ଆସିଲେ ୧୨ ଶାଗୁଣା, କାର୍ଯ୍ୟକ୍ଷମ ହେବ ପ୍ରଜନନ କେନ୍ଦ୍ର

ଭୁବନେଶ୍ୱର: କାର୍ଯ୍ୟକ୍ଷମ ହେବାକୁ ଯାଉଛି ନନ୍ଦନକାନନର ଶାଗୁଣା ପ୍ରଜନନ କେନ୍ଦ୍ର। ମହାବାତ୍ୟା ପରଠାରୁ ଧୀରେ ଧୀରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ହୋପ ପାଇଯାଇଥିିବା ଶାଗୁଣା ବଂଶର ବିସ୍ତାର ପାଇଁ ନନ୍ଦନକାନନକୁ ଅଣାଯାଇଛି ୧୨ଟି ଶାଗୁଣା। ମଧ୍ୟପ୍ରଦେଶର ଗାନ୍ଧୀ ଜୁଓଲୋଜିକାଲ ପାର୍କରୁ ଏହି ୬ଟି ଅଣ୍ଡିରା ଓ ୬ଟି ମାଈ ଶାଗୁଣାକୁ ନନ୍ଦନକାନନ କର୍ତ୍ତୃପକ୍ଷ ନିଜସ୍ୱ ଖର୍ଚ୍ଚରେ ନନ୍ଦନକାନକୁ ଆଣିଛନ୍ତି। ଶାଗୁଣାଗୁଡ଼ିକଙ୍କ ସ୍ୱାସ୍ଥ୍ୟ ଭଲ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୧୧ରୁ ନନ୍ଦନକାନନର ବଟାନିକାଲ ଗାର୍ଡେନରେ ଶାଗୁଣା ପ୍ରଜନନ କେନ୍ଦ୍ର ନିର୍ମାଣ କରାଯାଇଥିଲେ ମଧ୍ୟ ଶାଗୁଣା ଅଭାବରୁ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରି ନ ଥିଲା। ପ୍ରାୟ ୩ ଏକର ଅଞ୍ଚଳରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ଶାଗୁଣା ପ୍ରଜନନ କେନ୍ଦ୍ରର ନିର୍ମାଣ ୨୦୧୪ ମସିହାରେ ସରିଥିଲେ ମଧ୍ୟ ଏହାକୁ କିପରି କାର୍ଯ୍ୟକ୍ଷମ କରାଯିବ ତାର କୌଣସି ବିକଳ୍ପ ପାଉ ନ ଥିଲେ ନନନ୍ଦନକାନନ କର୍ତ୍ତୃପକ୍ଷ। ଶେଷ ରେ ନିର୍ମାଣର ୪ ବର୍ଷ ପରେ ମଧ୍ୟପ୍ରଦେଶ ଗୌଓ୍ଵାଲିୟରଠାରେ ଥିବା ଗାନ୍ଧୀ ଚିଡ଼ିଆଖାନାରୁ ଏହି ୧୨ ଶାଗୁଣାକୁ ଅଣାଯାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର