ପାଟଣାଗଡ଼ ବସଷ୍ଟାଣ୍ଡରୁ ୧୨ ଶ୍ରମିକ ଉଦ୍ଧାର

ପାଟଣାଗଡ଼ : ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ ପାଇଁ ନିଆଯାଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ପାଟଣାଗଡ଼ ବସ୍‌ଷ୍ଟାଣ୍ଡରୁ ଉଦ୍ଧାର କରିଛି। ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ମୁଣ୍ଡୋଦର୍ହ ଗାଁର ରତନ ବିଶ୍ବାଳ ନାମକ ସର୍ଦ୍ଦାରଙ୍କୁ ଗିରଫ କରିଛି।

ପୁଲିସର ସୂଚନା ଅନୁସାରେ, ପାଟଣାଗଡ଼ ଓ ବେଲପଡ଼ା ବ୍ଲକ୍‌ ଅଞ୍ଚଳର ୭ ଜଣ ପୁରୁଷ, ୫ ଜଣ ମହିଳା ଓ ୪ ଶିଶୁଙ୍କୁ ବସ୍‌ ଯୋଗେ ଚାଲାଣ ପାଇଁ ସ୍ଥାନୀୟ ବସ୍‌ଷ୍ଟାଣ୍ଡକୁ ଅଣାଯାଇଥିଲା। ସୂଚନା ପାଇ ପୁଲିସ ସେଠାରେ ଚଢ଼ଉ କରି ସେମାନଙ୍କୁ ଉଦ୍ଧାର କରିଥିଲା। ବେଆଇନ ଭାବେ ଚାଲାଣ କରାଯାଉଥିବା ଜଣାପଡ଼ିବା ପରେ ସର୍ଦ୍ଦାର ରତନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର