୧୨ ବର୍ଷ ହେଲା ପ୍ରେମିକାଙ୍କୁ ଅପେକ୍ଷା କରି ପାଗଳ ସାଜିଛନ୍ତି ପିପିଲିର ଭୀମ, ଏମିତି ଥିଲା ତାଙ୍କ ପ୍ରେମ କାହାଣୀ…

ପିପିଲି: ପ୍ରେମ କେବେ ସାନ୍ଧ୍ୟର ଥଣ୍ଡା ପବନ ତ ପୁଣି କେବେ ମଧ୍ୟାହ୍ନର ଝାଞ୍ଜି ବାଆ। କେଉଁଠି ଜୀବନ ସୁଧାରେ ଏଇ ପ୍ରେମ ତ ପୁଣି କେଉଁଠି ସଂସାର ଉଜାଡ଼େ ବି ଏଇ ପ୍ରେମ। ପ୍ରେମକୁ ହାତ ମୁଠାରେ ଧରି କିଏ ଏଠି ହସି ହସି ମତୁଆଲା ହୁଏ ତ କିଏ ପୁଣି କିଏ ଏହି ପ୍ରେମକୁ ହରାଇବା ପରେ ନିଜର ସର୍ବସ୍ବ ହଜାଇ ଦିଏ।

ଏହି ପ୍ରେମ ପାଇଁ ୧୨ ବର୍ଷ ଅପେକ୍ଷା କରି ଜଙ୍ଗଲରେ ଦିନ କାଟୁଛନ୍ତି ପିପିଲିର ଭୀମ ବେହେରା। ସେ ନିଜ ପ୍ରେମିକାଙ୍କଠାରୁ ଅଲଗା ହେବା ପରେ ନିଜ ମାନସିକ ଭାରସାମ୍ୟ ହରାଇ ତାଙ୍କୁ ଜଙ୍ଗଲରେ ଅପେକ୍ଷା କରିି ରହିଛନ୍ତି ଭୀମ। ପ୍ରେମିକା ଆସିବ, ବିବାହ କରିବ ଆଉ ସାତ ଜନମ ପାଇଁ ସାଥି ପାଲଟିବ ବୋଲି ଆଶାା ରଖି ଦିନ କାଟୁଛନ୍ତି ଭୀମ।


Wikimedia Commons

ଆଜି କି କାଲି ନୁହେଁ, ଦୀର୍ଘ ୧୨ ବର୍ଷ ହେବ ପ୍ରେମିକାର ବାଟ ଚାହିଁ ରହିଛନ୍ତି। ନା ପ୍ରେମିକା ଆସୁଛି ନା ଅସରନ୍ତି ଅପେକ୍ଷାର ଅନ୍ତଃ ଘଟୁଛି। ପିପିଲି ବାସୁଦେବପୁରରେ କାମଧନ୍ଦା କରି ବେଶ୍ ହସଖୁସିରେ ଦିନ କାଟୁଥିଲେ ଭୀମ। ଗାଁର ଏକ ଝିଅ ସହ ଭୀମଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟ ପରିବାର ସେମାନଙ୍କ ପ୍ରେମକୁ ସ୍ବୀକାର କରି ବିବାହ ନିଷ୍ପତ୍ତି ବି ନେଇଥିଲେ।

ହେଲେ ହଠାତ ତାଙ୍କ ଖୁସିରେ ଯେପରି କାହା ନଜର ଲାଗିଗଲା। ସ୍ବପ୍ନ ପୂରା ‌ହେବା ଆଗରୁ ନିଦ ଭାଙ୍ଗିଗଲା। ସେହି ଝିଅକୁ ଭୀମ ବିବାହ କଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଗାଁ କାଳିସୀ କହିବା ପରେ ସବୁ କିଛି ଓଲଟପାଲଟ ହୋଇଗଲା। ଭାଙ୍ଗି ଗଲା ବିବାହ। ଅନ୍ୟତ୍ର ବାହା ହୋଇଗଲେ ଭୀମଙ୍କ ପ୍ରେମିକା। ଏହାକୁ ଗ୍ରହଣ ନକରି ପାରି ମାନସିକ ଭାରସାମ୍ୟ ହରାଇ ପାଗଳ ପାଲଟିଗଲେ ଭୀମ। ସେଇଦିନଠାରୁ ସେ ‌ଜଙ୍ଗଲରେ ତାଙ୍କ ପ୍ରେମିକାକୁ ଅପେକ୍ଷା କରି ରହିଛନ୍ତି।

 

ସମ୍ବନ୍ଧିତ ଖବର