ଜୟପୁର: ଶ୍ରବଣ କୁମାର ନିଜର ଦୃଷ୍ଟିହୀନ ବାପା ମାଆଙ୍କୁ କାନ୍ଧରେ ବାହୁଙ୍ଗାରେ ଦୁଇଟି ଟୋକେଇ ରେବୋହି ଚାରିଧାମ ବୁଲାଇବା କଥା ସମସ୍ତେ ଜାଣନ୍ତି। ମାତ୍ର ଆଜିର ଆଧୁନିକ ଯୁଗରେ ମଧ୍ୟ ଶ୍ରବଣ କୁମାରଙ୍କ ଭଳି ଜରେ ଝିଅ ରହିଛନ୍ତି। ଯେ କି ନିଜ ବାପାଙ୍କ ଆଶାବାଡ଼ି ସାଜି ଜୀବନସଂଘର୍ଷର ସାଥୀ ହୋଇଛନ୍ତି। ସ୍ଥାନୀୟ ଜୟନଗର ଛକରେ ପରିତ୍ୟକ୍ତ , ଭଙ୍ଗାରୁଜା ଓ ବିପଦସଂକୁଳ ଅବକାରୀ ବିଭାଗର ଥାନା ପରିସରରେ ରହୁଛନ୍ତି ଦିବ୍ୟାଙ୍ଗ ପୁର୍ଣ୍ଣ ଚନ୍ଦ୍ର ନାୟକ। ଦୀର୍ଘ ଦୁଇ ଦଶନ୍ଦି ଧରି ଜୟପୁର ସହରକୁ ପଳାଇ ଆସିଥିଲେ ପୂର୍ଣ୍ଣ। ନିଜ ପତ୍ନୀ ଓ ଛୋଟ ଝିଅ ପ୍ରତୀକ୍ଷାକୁ ନେଇ ରହିଥିଲା‌ ପରିବାର। ଅଖି ଦିଶୁ ନଥିବାରୁ ବହୁ କଷ୍ଟ ମଷ୍ଟରେ ପରିବାର ଚଳି ଆସୁଥିଲେ।

Advertisment

ଗତ ୩ବର୍ଷ ତଳେ ପତ୍ନୀଙ୍କର ମୃତ୍ୟୁ ପରେ ୩ବର୍ଷ ହେବ ଛୋଟ ଝିଅ ତାଙ୍କ ଆଶା ବାଡ଼ି ସାଜିଥିଲେ। ଏବେ ସେ ବାପାଙ୍କ ପାଇଁ  ସାଜିଛନ୍ତି ଶ୍ରବଣ କୁମାର। ବାପାଙ୍କ ଆଖି ଭାବେ ଏବେ ଝିଅ ପ୍ରତୀକ୍ଷା ୨୪ଘଣ୍ଟା ପାଖରେ ରହୁଛି। ନିଜ ପାଠପଢ଼ାକୁ ଡୋରିରେ ବାନ୍ଧି ସାରିଛି ପ୍ରତୀକ୍ଷା। ମୁଣ୍ଡ ଗୁଞିବାକୁ ଘର ଖଣ୍ଡିକ ନଥିବାରୁ ଖରା, ବର୍ଷା ଓଶୀତ ଦାଉରୁ ଅଳ୍ପ ରକ୍ଷା ପାଇବା ପାଇଁ ଏମାନେ ଜୟନଗର ଛକରେ ଥିବା ପରିତ୍ୟକ୍ତ ଅବକାରୀ ଥାନା କୋଠାକୁ ଘର ଭାବେ ବାଛିଥିଲେ। ସବୁ ଆଡର ପ୍ଲାଷ୍ଟର ଓ ସ୍ଲାଫ ଖସିସାରିଛି। ଏବେ ପଲସ୍ତର ବି ଛାଡ଼ି ଛାଡ଼ି ଆସିଲାଣି। ଗୋଟିଏ ପାର୍ଶ୍ବର ସ୍ଲାଫ ସଂପୁର୍ଣ୍ଣ ଖସି ଗୋଟିଏ କାନ୍ଥ ଉପରେ ଭାର ସାଜି ରହିଛି। ସାମାନ୍ୟ ବର୍ଷା ହେଲେ ପାଣି ଝରି ଝରି ରହୁଛି। ଝରକା କିମ୍ବା କବାଟ ବି ନାହିଁ। ସହରର ସବୁ ଘରେ ବିଦ୍ୟୁତ ଆଲୁଅ ଜଳୁଥିଲେ ହେଁ ଏହି ଘର ସଂପୁର୍ଣ୍ଣ କିଟମିଟ୍ ଅନ୍ଧାର। ଏହି ଅନ୍ଧାର ମଧ୍ୟରେ ବାପା ଓଝିଅ ଏହି ବିପଦସଂକୁଳ ଘର ମଧ୍ୟରେ ସେଭଳି ପଡ଼ି ରହୁଛନ୍ତି। ପୁର୍ଣ୍ଣଙ୍କୁ ଭିନ୍ନକ୍ଷମ ଭତ୍ତା ୫୦୦ଟଙ୍କା ଏବଂ ଚାଉଳ ମାସକୁ ୧୦କିଲୋ ମିଳୁଛି। ସମ୍ମୁଖରେ ଥିବା ମନ୍ଦିରରେ ମଗାଯଚା କରି ବଂଚୁଛନ୍ତି।

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ମୁଣ୍ଡଘୁଞିବା ପାଇଁ ଘର ଖଣ୍ଡିକ ମାଗିବା ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିବା ବେଳେ ଭେଟିବାର ସୁଯୋଗ ଏମାନେ ପାଇ ପାରିନଥିଲେ। ଏମାନଙ୍କୁ ସେଠାରେ ‌ଜଣେ କର୍ମଚାରୀ ତହସିଲଦାରଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିବା କହିଛନ୍ତି ବାପା ଓ ଝିଅ। କେନ୍ଦ୍ର ଓରାଜ୍ୟ ସରକାର ଏଭଳି ଅସହାୟ, ଜରୁରୀ ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ସହଯୋଗ ପ୍ରଶାସନ ପକ୍ଷରୁ କରାଯିବାକୁ ନିର୍ଦ୍ଦେଶ ରହିଥିଲେ ହେଁ କିଭଳି ସରକାରୀ ବାବୁମାନେ ଏହି ବାପା ଓ ଝିଅଙ୍କ ସଂପର୍କରେ ଜାଣି ପାରୁନାହାନ୍ତି ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଝିଅଟିକୁ ପାଠ ପଢ଼ିବାକୁ ଇଛାଥିଲେ ହେଁ ନିଜ ବାପାଙ୍କୁ ଛାଡ଼ି ଗଲେ ତାଙ୍କ ସେବାଶ୍ରୁଶୁଶା କିଏ କରିବ, କିଏ ମୁଠେ ଭାତ ରାନ୍ଦି ଦେବ ବୋଲି ପ୍ରଶ୍ନ କରିଛନ୍ତି ପ୍ରତୀକ୍ଷା। ଆଜିର ଯୁଗରେ ବାପା ମା’ଙ୍କୁ ପିଲା ଛାଡ଼ି ଦେଉଥିବା ବେଳେ ପ୍ରତୀକ୍ଷା ନିଜ ଭିନ୍ନକ୍ଷମ ଦିବ୍ୟାଙ୍ଗ ବାପାଙ୍କ ପାଇଁ ନିଜ ଜୀବନକୁ ଜଳାଂଜଳୀ ଦେଉଥିବା ନିଶ୍ଚିତ ରୁପେ ସଭ୍ୟ ସମାଜ ପାଇଁ ଦିଗଦର୍ଶନ। ତୁରନ୍ତ ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଏହି ବିପଦସଂକୁଳ, ପରିତ୍ୟକ୍ତ କୋଠାରୁ ସ୍ଥାନାନ୍ତର କରିବା ସହ ସରକାରୀ ଯୋଜନା ଗୁଡିକରେ ସାମିଲ କରିବାକୁ ବୁଦ୍ଧିଜୀବୀ ମହଳରେ ଦାବି ହୋଇଛି।