ଅକ୍ଟୋବର ୧୬ ତାରିଖରେ ହେବ ୧୨୦ ପଦାତିକ ବାହିନୀରେ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା

ଭୁବନେଶ୍ବର : ଭୁବନେଶ୍ବରରେ ଅବସ୍ଥିତ ୧୨୦ ପଦାତିକ ବାହିନୀ (ପ୍ରାଦେଶିକ ସେନା), ବିହାର ପରିସରରେ ପୁରୁଷ ପ୍ରାର୍ଥୀଙ୍କ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏହି ଚୟନ ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଶାରୀରିକ ପରୀକ୍ଷା ଓ ଡାକ୍ତରୀମାଇନ ପାଇଁ ସମସ୍ତ ପ୍ରମାଣପତ୍ର ସହ ସକାଳ ୪.୩୦ରେ ୧୨୦ ପଦାତିକ ବାହିନୀ ଗେଟ୍‌ରେ ଉପସ୍ଥିତ ରହିବାକୁ କୁହାଯାଇଛି।

ଏହି ନିଯୁକ୍ତିରେ ସିପାହୀ (ଜିଡି)-୫୩, ସିପାହୀ (କିରାଣି)-୦୨, ସିପାହୀ( ‌େରାଷେୟା) -୨, ସିପାହୀ (ଧୋବୀ) -୨, ସିପାହୀ (କମାର)-୨, ସିପାହୀ (ମୋଚି)-୨ ଓ ଧର୍ମଗୁରୁ-୧ ଲାଗି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଧର୍ମଗୁରୁ ପଦବି ପାଇଁ ୨୪ ବର୍ଷରୁ ୩୪ ବର୍ଷ ହୋଇଥିବାବେଳେ ଅନ୍ୟ ପଦବି ପାଇଁ ୧୮ ବର୍ଷରୁ ୪୨ ବର୍ଷ ବୟସ ଧାର୍ଯ୍ୟ କରାଯାଇଛି। ସମସ୍ତ ପଦବି ଲାଗି ଉଚ୍ଚତା ୧୬୦ ସେମି ରହିଥିବା ବେଳେ ଆଦିବାସୀ ପ୍ରାର୍ଥୀମାନଙ୍କ ପାଇଁ ୫ ସେ.ମି. କୋହଳ ଏବଂ କାର୍ଯ୍ୟରତ ସୈନିକ, ପୂର୍ବତନ ସୈନିକ ଓ ଯୁଦ୍ଧରେ ସହିଦ ହୋଇଥିବା ସୈନ୍ୟମାନଙ୍କ ପିଲାଙ୍କ ପାଇଁ ୨ ସେ.ମି. କୋହଳ କରାଯାଇଛି। ସିପାହୀ ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀରେ ୪୫ ପ୍ରତିଶତ ନମ୍ବର ଏବଂ ପ୍ରତ୍ୟେକ ଅନ୍ୟ ବିଷୟରେ ୩୩ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହେବା ଆବଶ୍ୟକ। ଉଚ୍ଚଶିକ୍ଷା ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ କୌଣସି ପ୍ରତିଶତ ନମ୍ବର ରଖିବା ଆବଶ୍ୟକ ନାହିଁ। ସିପାହୀ (କିରାଣି) ପାଇଁ ଯୁକ୍ତ ଦୁଇରେ ୬୦ ପ୍ରତିଶତ ରଖି କୃତକାର୍ଯ୍ୟ ହେବା ସହିତ ପ୍ରତ୍ୟେକ ବିଷୟରେ ୫୦ ପ୍ରତିଶତ ନମ୍ବର ରଖିବା ସହିତ କମ୍ପ୍ୟୁଟର ଓ ଟାଇପ୍‌ ଜାଣିଥିବା ଆବଶ୍ୟକ। ଟ୍ରେଡମ୍ୟାନ ପଦବି ପାଇଁ ଶିକ୍ଷାଗତ ଯୋଗ୍ୟତା ଅନ୍ୟୁନ ଦଶମ ପାସ୍‌ ହେବା ଆବଶ୍ୟକ। ଧର୍ମଗୁରୁ ପଦବି ଲାଗି ଶିକ୍ଷାଗତ ଯୋଗ୍ୟତା ସଂସ୍କୃତ ଏବଂ ହିନ୍ଦୀରେ ସ୍ନାତକ ହେବା ଆବଶ୍ୟକ।

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତାର ନକଲ, ବୟସର ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଚରିତ୍ର ପ୍ରମାଣପତ୍ର, ବୈବାହିକ ପ୍ରମାଣପତ୍ର ସହ ୨୦ କପି ପାସ୍‌ପୋର୍ଟ ଫଟୋଗ୍ରାଫ୍‌ ସାଙ୍ଗରେ ଆଣିବା ଆବଶ୍ୟକ। ଏହା କେବଳ ଓଡ଼ିଶାର ନାଗରିକମାନଙ୍କ ପାଇଁ ଉପଯୁକ୍ତ। ଅନ୍ୟ ରାଜ୍ୟର ପ୍ରାର୍ଥୀମାନେ ଏଥିରେ ଭାଗ ନେଇପାରିବେ ନାହିଁ।

ସମ୍ବନ୍ଧିତ ଖବର