ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନଙ୍କର ୧୨୦ଟି ମୃତଦେହ ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ପହଞ୍ଚି ସାରିଛି। ଏହି ମୃତଦେହଗୁଡ଼ିକ ଏବେ ଏଠାକାର ଶବାଗାରରେ ରଖାଯାଇଛି। ଏମ୍ସ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।
ଏମ୍ସ ପକ୍ଷରୁ କୁହାଯାଇଛି ଯେ, ୧୫ଟି ଆମ୍ବୁଲାନ୍ସରେ ଆହୁରି ୩୦ଟି ମୃତଦେହ ଅଣାଯାଉଛି। କିନ୍ତୁ ଏଗୁଡ଼ିକ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଏପର୍ଯ୍ୟନ୍ତ ୧୫ଟି ମୃତଦେହକୁ ସେମାନଙ୍କର ସଂପର୍କୀୟମାନେ ଚିହ୍ନଟ କରିସାରିଛନ୍ତି। ଏଥିରୁ ୫ଟି ମୃତଦେହକୁ ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି।
ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ କହିଥିଲେ ଯେ, ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି। ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ସୁଦ୍ଧା ସେଥି ମଧ୍ୟରୁ ୧୦୮ ଜଣଙ୍କ ମୃତଦେହ ଚି଼ହ୍ନଟ କରାଯାଇଛି। ଶବ ହସ୍ତାନ୍ତର ପକ୍ରିୟା ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/c0c30c02-4da3-4959-b882-64b6d370a317.jpg)