ଦଶରଥପୁର : ଦଶରଥପୁର ବ୍ଲକ୍ରେ ଫନି ଝଡ଼ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୩୫ ଟି ପଞ୍ଚାୟତରେ ଶହ ଶହ କଚ୍ଚା ଘର ଭାଙ୍ଗିଯାଇଛି। କେତେକ ସ୍ଥାନରେ ଗଛ ପଡ଼ି କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟିଣଘର, ଆଜବେଷ୍ଟସ୍ ଘର ଓ ଟାଇଲ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାକୁ ୫ ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ ତଦନ୍ତ ଆରମ୍ଭ ହୋଇନଥିବାରୁ କ୍ଷୟକ୍ଷତିର ସଠିକ ଆକଳନ କରାଯାଇପାରିନାହିଁ। ପ୍ରଶାସନ ପକ୍ଷରୁ ଆବେଦନ ପାଇଁ କୁହାଯାଇନଥିବା ବେଳେ ପଲିଥିନ୍ ବଣ୍ଟନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ବାତ୍ୟା ବିପନ୍ନମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ରାଜସ୍ବ କାର୍ଯ୍ୟାଳୟରେ ସରକାରୀ ସହାୟତା ପାଇଁ ଦରଖାସ୍ତ କରୁଛନ୍ତି। ଦଶରଥପୁର ତହସିଲ ଅନ୍ତର୍ଗତ ୧୦ ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଲୋକମାନେ ପଲିଥିନ୍ ପାଇବା ପାଇଁ ଶନିବାର ଠାରୁ ଦରଖାସ୍ତ କରୁଛନ୍ତି। ସୋମବାର ମଧ୍ୟାହ୍ନ ସୁଦ୍ଧା ୧୨ ଶହରୁ ଉର୍ଦ୍ଧ୍ବ ଦରଖାସ୍ତ କରାଯାଇଥିବା ବେଳେ ରବିବାର ସନ୍ଧ୍ୟା ସୁଦ୍ଧା ମାତ୍ର ୨୩ଟି ପଲିଥିନ୍ ପ୍ରଦାନ କରାଯାଇଛି। ୨୩ ଟି ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ପରିବାରକୁ ପଲିଥିନ୍ ପ୍ରଦାନ କରାଯାଇଛି ବୋଲି ତହସିଲଦାର୍ ଜ୍ୟୋତିପ୍ରକାଶ ମହାନ୍ତି କହିଛନ୍ତି। ଖଣ୍ତିଏ ପଲିଥିନ୍ ପାଇଁ ଲୋକମାନେ ରାଜସ୍ବ ନିରୀକ୍ଷକଙ୍କୁ ଘେରୁଥିବା ଦେଖିବାକୁ ମିଳୁଛି। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ଲୋକମାନେ ଦରଖାସ୍ତ କରୁଥିବା ବେଳେ ଏତେ ଲୋକଙ୍କୁ ପ୍ରଶାସନ ପଲିଥିନ୍ ଦେଇପାରୁନାହିଁ। ତେଣୁ ସମ୍ପୂର୍ଣ୍ଣ ଘର ଭାଙ୍ଗିଥିବା ଲୋକମାନଙ୍କୁ ଚିହ୍ନଟ କରି ପ୍ରଶାସନ ତୁରନ୍ତ ପଲିଥିନ୍ ପ୍ରଦାନ କରିବାକୁ ଲୋକମାନେ ଦାବି କରିଛନ୍ତି।
ସରକାରୀ ସହାୟତା ଲାଗି ଆର୍ଆଇଙ୍କ ପାଖରେ ୧୨ଶହ ଦରଖାସ୍ତ
/sambad/media/post_attachments/wp-content/uploads/2019/05/das.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)