ଜନ୍ମଦିନରେ ନିଆରା ଶୁଭେଚ୍ଛା: ୧୨୧୩ ମାଟି ଚା’ କପ୍‌ରେ ମୋଦୀଙ୍କ ପାଇଁ ପ୍ରସ୍ତୁତ କଲେ ବାଲୁକା କଳା

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖରେ ୭୨ ବର୍ଷ ବୟସରେ ପଦାର୍ପଣ କରିବେ। ଏହି ଅବସରରେ ଅନ୍ତର୍ଜାତୀୟ ବାଳୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର କଳା ମାଧ୍ୟମରେ ୧୨୧୩ ମାଟି ଚା’ କପ୍‌ ପ୍ରଦର୍ଶନ କରିଛନ୍ତି। ଏହି ବାଲୁକା କଳାରେ ‌ଶ୍ରୀ ପଟ୍ଟନାୟକ ‘ହାପି ବାର୍ଥ ଡେ ମୋଦୀ ଜୀ’ ଲେଖିଛନ୍ତି। ସୁଦର୍ଶନଙ୍କ କଳା ପୁରୀ ବେଳାଭୂମିକୁ ଆସୁଥିବା ଦର୍ଶକଙ୍କୁ ଆକର୍ଷିତ କରୁଛି।

ସୁଦର୍ଶନ ପଟ୍ଟନାୟକ ୫ ଫୁଟ ଉଚ୍ଚର ବାଲୁକା କଳା କରଛନ୍ତି। ଏଥିରେ ସେ ୧୨୧୩ଟି ମାଟି ଚା’ କପ୍‌ ରଖିଛନ୍ତି। ଅନ୍ୟପଟରେ ବାଲୁକା କଳା ପାଇଁ ୫ଟନ୍‌ ବାଲି ବ୍ୟବହାର କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସୁଦର୍ଶନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଭିନ୍ନ ପ୍ରକାରର ବାଲୁକା କଳା ପ୍ରସ୍ତୁତ କରିଛନ୍ତି।

ତେବେ ବାଲୁକା କଳା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାତ୍ରା ଚା’ ଦୋକାନରୁ ଆରମ୍ଭ ହୋଇଥିଲା। ଏବେ ସେ ପ୍ରଧାନ ସେବକ ଭାବେ କାମ କରୁଛନ୍ତି।

ସମ୍ବନ୍ଧିତ ଖବର