ଭୁବନେଶ୍ୱର: ହୁ ହୁ ହୋଇ ରାଜ୍ୟରେ ବଢିଚାଲିଛି କରୋନା | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ତେବେ ସପ୍ତାହକ ତଳର ସ୍ଥିତିକୁ ଦେଖିଲେ ଆଜି ପାଖାପାଖି ୧୦ ଗୁଣ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ସୁନ୍ଦରଗଡ(୧୬୬), ଷ୍ଟେଟ ପୁଲ(୧୧୦), ସମ୍ୱଲପୁର(୯୯), କଟକ(୮୦) ଜଣ ଆକ୍ରାନ୍ତ ରହିଛନ୍ତି |
ଚିହ୍ନଟ ହୋଇଥିବା ୧୨୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୧୮୭ ଜଣ ଥିବାବେଳେ ୭୧୦ ଜଣ ସଙ୍ଗରୋଧରୁ ଓ ୫୦୬ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ତେବେ ୯ ଦିନର କରୋନା ଗ୍ରାଫ ଉପରେ ନଜର ପକାଇଲେ ଦିନକୁ ଦିନ କରୋନା ବଢ଼ୁଥିବାର ଦେଖିବାକୁ ମିଳିଛି | ଗତ ୨୪ ଘଣ୍ଟାରେ ୫୩୬ ବଢିଛି |
Covid-19 Report For 4th Jan
New Positive Cases: 1216
Of which 0-18 years: 187
In quarantine: 710
Local contacts: 506(Details of local contacts will be shared by concerned District)
1. Angul: 6
2. Balasore: 2
3. Bargarh: 21
4. Bhadrak: 6
5. Balangir: 14
6. Boudh: 1— I & PR Department, Odisha (@IPR_Odisha) January 5, 2022
ଗତକାଲି ୬୮୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୩ ରେ ୪୨୪, ଜାନୁଆରୀ ୨ରେ ୪୨୪, ଜାନୁଆରୀ ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧, ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ |