ଭିତରକନିକାରେ ୧୨୨ କୁମ୍ଭୀର ବସା ଚିହ୍ନଟ

ଋାଜନଗର : ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବଉଳା କୁମ୍ଭୀରଙ୍କ ୧୨୨ଟି ବସା ଚିହ୍ନଟ ହୋଇଛି। ଯାହାକି ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ। ଏହାବାଦ୍‌ ଜୁଆର ପାଣି ମାଡ଼ି ଯାଇଥିବା ଥାନପତି ନିକଟରୁ ଏକ କୁମ୍ଭୀର ବସାରୁ ୫୮ଟି ଅଣ୍ତାରୁ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପ୍ରକ୍ରିୟା ଆରମ୍ଭ ହୋଇଛି।

ସୂଚନା ଥାଉ କି, ଚଳିତବର୍ଷ ସର୍ବାଧିକ କୁମ୍ଭୀର ବସା ଚିହ୍ନଟ ହୋଇଛି। ଜୁନ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲି ବୁଲି ୧୨୨ଟି କୁମ୍ଭୀର ବସା ଚିହ୍ନଟ କରିଛନ୍ତି। ଗତବର୍ଷ ୮୪ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା। ସେହିପରି ୨୦୧୮ରେ ୧୦୧ଟି, ୨୦୧୯ରେ ୧୦୩, ୨୦୨୦ରେ ୧୦୩ଟି କୁମ୍ଭୀର ଚିହ୍ନଟ ହୋଇଥିଲା।

ଅନ୍ୟପଟେ ଆଜି ଥାନପତି ନିକଟରୁ ଜୁଆର ମାଡ଼ିଯାଇ ନଷ୍ଟ ହୋଇଯାଇଥିବା କୁମ୍ଭୀର ବସାରୁ ୫୮ଟି ଅଣ୍ତା ସଂଗ୍ରହ କରାଯାଇଛି। ଏହି ଅଣ୍ତାକୁ ଡାଙ୍ଗମାଳ ପ୍ରଜନନ କେନ୍ଦ୍ରରେ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ଖରଖରି ଓ ହେନ୍ତାଳ ପତ୍ରକୁ ଘୋଡାଇ ରଖାଯାଇଛି।

ସମ୍ବନ୍ଧିତ ଖବର