ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୭ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 26th December
New Positive Cases: 123
Of which 0-18 years: 17
In quarantine: 72
Local contacts: 51(Details of local contacts will be shared by concerned District)
1. Balasore: 3
2. Bhadrak: 1
3. Cuttack: 10
4. Deogarh: 2
5. Gajapati: 4
6. Ganjam: 1— I & PR Department, Odisha (@IPR_Odisha) December 27, 2021
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୩ ଜଣ, ଭଦ୍ରକରୁ ୧ ଜଣ, କଟକରୁ ୧୦ ଜଣ, ଦେବଗଡ଼ରୁ ୨ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୫ ଜଣ, ଖୋର୍ଦ୍ଧାରୁ ୫୩ ଜଣ, ମୟୂରଭଞ୍ଜରୁ ୮ ଜଣ, ନୟାଗଡ଼ରୁ ୧ ଜଣ, ପୁରୀରୁ ୨ ଜଣ, ସମ୍ୱଲପୁରରୁ ୧୯ ଜଣ ଓ ଷ୍ଟେଟ ପୁଲରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୪ ହଜାର ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୪୩ ହଜାର ୯୨୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧ ହଜାର ୫୭୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।