ଗହ୍ମା ପୂର୍ଣ୍ଣିମାରେ ସାରା ରାତି ଉଜାଗର ରହିଲା ପୁଲିସ, ଚାଲାଣ ବେଳେ ୧୨୩ଟି ଗାଈ-ଗୋରୁଙ୍କୁ ଉଦ୍ଧାର କଲା

ଟାଂଗୀ: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ୧୨୩ ଟି ଗାଈ-ଗୋରୁଙ୍କୁ ଉଦ୍ଧାର କରିଥିବା ଜଣାପଡିଛିା। ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡ଼ା ଗ୍ରାମ ଜଙ୍ଗଲରେ ବେଆଇନ ଗୋ ଚାଲାଣ ହେଉଥିବାର ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଗତକାଲି ରାତିରେ ଖବର ପାଇଥିଲେ। ସ‌େ ବିଳମ୍ବ ନକରି ଏସଡିପିଓ ତୁରନ୍ତ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ଓ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ସହ ସ୍ବତନ୍ତ୍ର ଟିମକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ଉ କରିଥିଲେ।
ରାତି ତମାମ ଚଢଉ ଜାରି ରହିଥିବା ବେଳେ ଅପରେସନରେ ସଫଳ ହୋଇଥିଲା । ପୁଲିସକୁ ଦେଖି ଗୋ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ମଧ୍ୟ ଏସଡିପିଓ ଏହି କାରବାରର ମୂଖ୍ୟ ଅପରାଧୀକୁ ଧରିବାରେ ସଫଳ ହୋଇଥିଲେ।

ଏତେ ପରିମାଣର ଗୋରୁଙ୍କୁ ଉଦ୍ଧାର କରି ସମସ୍ତଙ୍କ ପ୍ରଶଂସାର ପ୍ରିୟପାତ୍ର ହୋଇଛି ପୁଲିସ। ଗହ୍ମା ପୂର୍ଣ୍ଣିମା ପରି ପବିତ୍ର ଦିବସରେ ସାରା ରାତି ଉଜାଗର ରହି ଗୋରୁଙ୍କୁ ଉଦ୍ଧାର କରିଥିବାରୁ ଆରଏସଏସ, ଭିଏଚପି, ଏବିଭିପି ଏବଂ ଅନ୍ୟ ସାମାଜିକ ସଂଗଠନ ବାଲୁଗାଁ ଏସଡିପିଓ ଓ ଟିମକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। କିନ୍ତୁ ଦୁଃଖର ବିଷୟ ପୁଲିସ ଉଦ୍ଧାର କରୁଥିବା ଗୋରୁଙ୍କ ଥଇଥାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଫଳରେ ପୁଲିସକୁ ଉଦ୍ଧାର ଗୋରୁଙ୍କ ଥଇଥାନ ପାଇଁ ନାକେଦମ ହେବାକୁ ପଡୁଛି। 

ଏହି ଚଢ଼ଉରେ ୧୨୩ ଗାଈ-ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛିା ଫଳରେ ଟାଂଗୀ ପୁଲିସ ଏକ ବଡ଼ ଧରଣର ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛି ।ଏସଡିପିଓ ଶ୍ରୀ ବାରିକଙ୍କ ସମେତ ଆଇଆଇସି ଶ୍ରୀ ବିଶ୍ୱାଳ ଓ ଫାଣ୍ଡି ଅଧିକାରୀ ଶ୍ରୀ ଜେନା ଗୋରୁମାନଙ୍କୁ ଉକ୍ତ ଜଙ୍ଗଲରେ ଜଗି ରହିଥିବା ବେଳେ ଖବର ପାଇ ଧୀରେ ଧୀରେ ସମ୍ପୃକ୍ତ ଅଞ୍ଚଳକୁ ବିଭିନ୍ନ ଧାର୍ମିକ ଓ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ସୁଅ ଛୁଟୁଛି।

 

ସମ୍ବନ୍ଧିତ ଖବର