ସମ୍ବଲପୁର: ସମ୍ବଲପୁର ପୁଲିସ୍ ରାଉରକେଲାରୁ ଧରିଥିବା ଜିଏସ୍ଟି ଠକ ରାକେଟ୍ରେ ନୂଆନୂଆ ଫର୍ଦ ଖୋଲିବାରେ ଲାଗିଛି। ଏହି ଘଟଣାରେ ୪ ଜଣ ଗିରଫ୍ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ସଂପୃକ୍ତ ଅଛନ୍ତି। ୫୦ରୁ ୬୦ଟି ଜାଲ୍ ଆକାଉଣ୍ଟ ଖୋଲି ୧୨୪ କୋଟି ଟଙ୍କାର ଜିଏସ୍ଟି ଫାଙ୍କି ହୋଇଛି। ରବିବାର ‘ସମ୍ବାଦ’ରେ ଏ ସଂପର୍କିତ ଖବର ପ୍ରକାଶ ପରେ ସଂଧ୍ୟାରେ ସମ୍ବଲପୁର ଏସ୍ପି ବି ଗଂଗାଧର ଏହାକୁ ପୁଷ୍ଟି କରିବା ସହ ଏହା ଉପରେ ଅଧିକ ବିବରଣୀ ଦେଇଛନ୍ତି। ରବିବାର ସାମ୍ବାଦିକ ସମ୍ମିଳନୀରେ ଏସ୍ପି କହିଲେ, ଗତ ୧ ତାରିଖ ଦିନ ସମ୍ବଲପୁର ସଦର ଥାନାର କୁଲତା ନୂଆପାଲି ଗାଁର ଅଚ୍ୟୁତାନନ୍ଦ ବଢ଼ାଇ ସାଇବର୍ ଥାନାର ଦ୍ବାରସ୍ଥ ହୋଇ ତାଙ୍କ ପାନ୍ କାର୍ଡ ବ୍ୟବହାର କରି କେହି ‘ଏମ୍/ଏସ୍ ଷ୍ଟାର୍ ଏଣ୍ଟର୍ପ୍ରାଇସେସ୍’ ନାମରେ ଜାଲ ବ୍ୟାଙ୍କ ଆକାଉଣ୍ଟ ଖୋଲି ଆର୍ଥିକ କାରବାର କରୁଥିବା ଅଭିଯୋଗ କରିଥିଲେ।
ପ୍ରଥମେ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ନାଗପୁରରେ ଖାତା ଖୋଲି ପରେ ତାକୁ ସେହି ବ୍ୟାଙ୍କର ରାଉରକେଲା ଶାଖାକୁ ସ୍ଥାନାନ୍ତର କରା ଯାଇଥିଲା। ସେହି ଖାତାରେ ଶ୍ରୀ ବଢ଼େଇଙ୍କ ଅଜାଣତରେ ୧୩ କୋଟି ୭୬ ଲକ୍ଷ ୨ ହଜାର ୭୩୪ ଟଙ୍କାର କାରବାର ହୋଇଥିବା ସେ ଆୟକର ବିଭାଗ ସୂତ୍ରରୁ ଜାଣିବାକୁ ପାଇଥିବା କହିଥିଲେ। ଏନେଇ ସମ୍ବଲପୁର ସାଇବର୍ ଓ ଆର୍ଥିକ ଅପରାଧ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ତା’ ଦିନ ଅର୍ଥାତ୍ ୨ ତାରିଖ ଦିନ ‘ସମ୍ବାଦ’ରେ ‘ପାନ୍ କାର୍ଡର ଅପବ୍ୟବହାର, କୋଟିକୋଟିର କାରବାର ଓ କର ଫାଙ୍କି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା।
/sambad/media/post_attachments/wp-content/uploads/2022/04/148b6b10-5b32-4f7b-ae9f-bfc3543292b4-e1650214608259.jpg)
ଏହି ମାମଲାର ତଦନ୍ତ ବେଳେ ସମ୍ବଲପୁର ପୁଲିସ୍ ରାଉରକେଲାରେ ସିଟି ଓ ଜିଏସ୍ଟି ପ୍ରବର୍ତ୍ତନ ଶାଖା ପକ୍ଷରୁ ହୋଇଥିବା ୨ଟି ମାମଲା ସଂପର୍କରେ ଜାଣିବାକୁ ପାଇଥିଲା। ଉକ୍ତ ମାମଲାର ବିବରଣୀରୁ ଜଣା ପଡ଼ିଥିଲା ଯେ ୧୦ରୁ ୧୨ ଜଣ ବ୍ୟକ୍ତିଙ୍କ ଏକ ଗ୍ରୁପ୍ ଅନ୍ୟ ଲୋକଙ୍କ କାଗଜପତ୍ର ବ୍ୟବହାର କରି ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ଜିଏସ୍ଟି ଫାଙ୍କିବା ପାଇଁ ସେଥିରେ ଆର୍ଥିକ କାରବାର କରୁଥିଲେ। ସେମାନେ ବିଭିନ୍ନ ଲୋକଙ୍କ ନାମରେ ୫୦ରୁ ଅଧିକ କରେଣ୍ଟ ଓ ସଂଚୟ ଖାତା ଖୋଲି ପ୍ରାୟ ୧୨୪ କୋଟି ଟଙ୍କାର ଜିଏସ୍ଟି ଠକେଇ କରିଥିଲେ। ଏଥିରେ ବ୍ୟାଙ୍କ୍ କର୍ମଚାରୀ ମାନଙ୍କ ସିଧାସଳଖ ସଂପୃକ୍ତି ଥିଲା। ଏହି ମାମଲାରେ କିଛି ଲୋକ ଗିରଫ ହୋଇ ଜେଲ୍ ଯାଇଥିଲେ। ସେଥିରୁ କିଛି ଜାମିନରେ ଖଲାସ ବି ହୋଇ ସାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/36337c17-042e-4b9e-8615-70a20ea837b2.jpg)