ମେଲାଣ, ଦରଖଳାରୁ ୧୨୫ ବସ୍ତା ଅଙ୍ଗାର ଜବତ

ଘଟଗାଁ : ଘଟଗାଁ ବନ ବିଭାଗ ଓ ଜିଲ୍ଲା ସ୍କ୍ବାଡ୍‌ ମିଳିତଭାବେ ଚଢ଼ଉ କରି ଅଟେଇ ସଂରକ୍ଷିତ ଜଙ୍ଗଲର ମେଲାଣ ଓ ଦରଖଳା ନିକଟରୁ ୧୨୫ ବସ୍ତା ଅଙ୍ଗାର ଜବତ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳର କିଛି ଲୋକ ନିୟମିତ ଜଙ୍ଗଲରୁ ମୂଲ୍ୟବାନ କାଠ କାଟୁଛନ୍ତି। ତାହାକୁ ପୋଡ଼ି ଅଙ୍ଗାର ପ୍ରସ୍ତୁତ କରୁଛନ୍ତି। ଉକ୍ତ ଅଙ୍ଗରାକୁ ଯାଜପୁର ଓ କଟକ ଚାଲାଣ କରି ମାଲାମାଲ ହେଉଛନ୍ତି। ଗତ ମାସରେ ବିପୁଳ ପରିମାଣରେ ଅଙ୍ଗାର ଜବତ କରଯାଇଥିଲା ମଧ୍ୟ ଏହି କାରବାରରେ ସମ୍ପୃକ୍ତ ଥିବା ଲୋକେ ଧରା ପଡ଼ିନଥିଲେ। ଆଜି ବନ ବିଭାଗ ଅଚାନକ ଚଢ଼ଉ କରି ପ୍ରଥମେ ଦରଖଳା ଗ୍ରାମରୁ ୭୬ ବସ୍ତା ଓ ମେଲାଣରୁ ୧୯ ବସ୍ତା ଅଙ୍ଗାର ଜବତ କରିଥିଲା। ଅପରାହ୍‌ଣରେ ପୁଣିଥରେ ଦରଖଳା ଗ୍ରାମରେ ଚଢ଼ଉ କରାଯାଇ ୨୫ ବସ୍ତା ଅଙ୍ଗାର ଜବତ କରାଯାଇଛି। ଜବତ ଅଙ୍ଗାରର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଏହି ଚଢ଼ଉରେ ଘଟଗାଁ ରେଞ୍ଜ ଅଫିସର ପ୍ରଭାତ କୁମାର କୁଅଁର, ଫରେଷ୍ଟର ଟିକେଶ୍ୱର ମହାନ୍ତ, ଏସିଏଫ୍‌ ଘନଶ୍ୟାମ ମହାନ୍ତ, ବନ ସ୍କ୍ବାଡ୍‌ ଓ ପାରା ଫରେଷ୍ଟ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର