ନିଶ୍ଚିନ୍ତକୋଇଲିରୁ ୧୭ ସରକାରୀ କର୍ମଚାରୀଙ୍କ ସମେତ କଟକ ଜିଲ୍ଲାରୁ ପୁଣି ୧୨୫ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଜି ମୋଟ ୧୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଏହି ସୂଚନା ଦିଆଯାଇଛି । କଟକ ମହାନଗର ନିଗମ (ସିଏମସି) ଅଂଚଳରୁ ୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ନିଶ୍ଚିତକୋଇଲିରୁ ୧୭ ସରକାରୀ କର୍ମଚାରୀଙ୍କ ସମେତ ୨୪ ଜଣ, ବାଙ୍କୀରୁ ୧୩ ଜଣ, ଡମପଡ଼ାରୁ ୧୨ ଜଣ, ବଡ଼ମ୍ବାରୁ ୪ ଜଣ, ମାହାଙ୍ଗା, ନରସିଂହପୁର, କଟକ ସଦର, ଟାଙ୍ଗୀ, ଆଠଗଡ଼ ଓ ବାରଙ୍ଗ ବ୍ଲକରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନିଶ୍ଚିନ୍ତକୋଇଲିରେ ୧୭ ଜଣ ସରକାରୀ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ନେଇ ବିଡିଓ କର୍ଣ୍ଣଦେବ ସମ୍ମାଦାର ସୂଚନା ଦେଇଛନ୍ତି । ସେ କହିଛନ୍ତି, ବ୍ଲକକୁ ଆସିଥିବା ଅନ୍ୟ ୭ ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନା ଚିହ୍ନଟ ପରେ ବ୍ଲକ କାର୍ଯ୍ୟାଳୟ ବନ୍ଦ ନିଷ୍ପତ୍ତି ହୋଇଛି । କର୍ମଚାରୀଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୧୬୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫୩୦ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୧୪୭ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରୁ ୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିଭଳି କରୋନାରୁ ସୁସ୍ଥ ହେବା ପରେ ୩ ଜଣ ଜୀବନ ହାରିଛନ୍ତି ।

ସମ୍ବନ୍ଧିତ ଖବର