ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆଉ ୧୦ ଜଣ ଆକ୍ରାନ୍ତଙ୍କ ସଂପର୍କରେ ବୁଧବାର ସରକାରୀ ଭାବେ ଘୋଷଣା କରାଯାଇଛି। ମଙ୍ଗଳବାର ସୁଦ୍ଧା ଭିମସାର୍ରେ ୭ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ସୂଚନା ରହିଥିଲେ ବି ବୁଧବାର ସୁଦ୍ଧା ୪ ଜଣଙ୍କ ସଂପର୍କରେ ସରକାରୀ ଭାବେ ଘୋଷଣା କରାଯାଇଛି। ମଙ୍ଗଳବାର ଜଣେ ଯୁବ ଡାକ୍ତରଙ୍କ ସଂପର୍କରେ କୁହାଯାଇଥିଲା ବେଳେ ବୁଧବାର ୨ ଜଣ ନର୍ସ ଓ ଜଣେ ଡାକ୍ତରଙ୍କ ବିଷୟରେ ଘୋଷଣା କରାଯାଇଛି। ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ୧୨୫ ଜଣ ଆକ୍ରାନ୍ତ ହୋଇଥିଲାବେଳେ ୧୦୧ ଜଣ ସୁସ୍ଥ ହୋଇଛନ୍ତି। ୨୪ ଜଣ ଚିକିତ୍ସିତ ହେଉଛନ୍ତି।
ବୁଧବାର ଘୋଷିତ ଲୋକଙ୍କ ମଧ୍ୟରେ ୭ ଜଣ ସମ୍ବଲପୁର ମହାନଗର ଅଞ୍ଚଳର ଅଛନ୍ତି। ସେଥିରେ ଉପରୋକ୍ତ ୩ କରୋନା ଯୋଦ୍ଧାଙ୍କ ସମେତ ଏସ୍ଏମ୍ସି ଅଞ୍ଚଳରେ ଗୃହ ସଂଗରୋଧରେ ଥିବା ବିହାର ଫେରନ୍ତା ୪୨ ବର୍ଷୀୟ ପୁରୁଷ ଓ ସରକାରୀ ସଂଗରୋଧରେ ଥିବା ବିହାର ଫେରନ୍ତା ୨୯ ବର୍ଷୀୟ ଯୁବକ ଅଛନ୍ତି। ଏହାଛଡ଼ା ବୁର୍ଲା ତେଲଗୁପଡ଼ାର ୬୪ ବର୍ଷୀୟ ବ୍ୟକ୍ତି ଓ ଗୁରୁଦ୍ବାରା କଲୋନିର ୨୯ ବର୍ଷୀୟ ବ୍ୟକ୍ତି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଛି। ସେହିପରି ଦିଲ୍ଲୀରୁ ଫେରି ଚିପିଲିମାରେ ସରକାରୀ ସଂଗରୋଧ କେନ୍ଦ୍ରରେ ଥିବା ୪୩ ବର୍ଷୀୟ ମହିଳା ରହିଛନ୍ତି। ଏହାଛଡ଼ା କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଫେରିଥିବା ରେଢ଼ାଖୋଲର ପତିପତ୍ନୀ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/sambalpur1.jpg)