ପାରଳାଖେମୁଣ୍ତି : ପାରଳାଖେମୁଣ୍ଡିସ୍ଥିତ ୧୨୭ ବର୍ଷ ପୁରାତନ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବି ଜୋର୍ଦାର୍ ହୋଇଛି। ଏହା ଅଧୀନରେ ଗଜପତି ଜିଲ୍ଲାର ୧୧ଟି ଏବ˚ ରାୟଗଡ଼ା ଜିଲ୍ଲାର ୧୩ଟି କଲେଜକୁ ଅନୁବନ୍ଧିତ କରିବାକୁ ବୁଦ୍ଧିଜୀବୀ, ଶିକ୍ଷାବିତ ମହଲରେ ମତ ପ୍ରକାଶ ପାଇଛି। ଗଞ୍ଜାମରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏବ˚ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର ଗଜପତି ଏବ˚ ରାୟଗଡ଼ା ଜିଲ୍ଲା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ବବିଦ୍ୟାଳୟ ଗଢ଼ି ଉଠିଲେ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଦୁଇ ପ୍ରମୁଖ ଅନୁନ୍ନତ ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଛି। ଭୌଗୋଳିକ ଦୃଷ୍ଟିରୁ ମଧ୍ୟ ଅନୁଧ୍ୟାନ କଲେ ଏହାର ଅଧିକ ଗୁରୁତ୍ବ ରହିଥିବା ଶିକ୍ଷାବିତ୍ମାନେ ମତ ଦେଇଛନ୍ତି।
ଦକ୍ଷିଣ ଓଡ଼ିଶାର ଅନ୍ୟତମ ଶିଳ୍ପସମୃଦ୍ଧ ଜିଲ୍ଲା ଭାବେ ପରିଚିତ ରାୟଗଡ଼ା ଜିଲ୍ଲାରେ ମୋଟ ୧୩ ମହାବିଦ୍ୟାଳୟ ରହିଥିବା ବେଳେ ଗଜପତି ଜିଲ୍ଲାରେ ୧୧ଟି ମହାବିଦ୍ୟାଳୟ ରହିଛି। ଏହି ସମସ୍ତ ସରକାରୀ ପଞ୍ଜୀକୃତ ମହାବିଦ୍ୟାଳୟ ସାମାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଛାତ୍ରଛାତ୍ରୀ କି କିମ୍ବା କର୍ମଚାରୀଙ୍କୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଯିବାକୁ ପଡ଼ୁଛି। ଏ ସମ୍ପର୍କରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଫ୍ରଫେସର ଜୟନ୍ତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଉଚ୍ଚଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଭାବାନୀପାଟଣା ଏବ˚ କୋରାପୁଟ ଜିଲ୍ଲାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିଥିବା ବେଳେ ୧୨୭ ବର୍ଷ ପୁରାତନ ଏସ୍କେସିଜି ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ଉପେକ୍ଷା କରାଯିବା ସମସ୍ତଙ୍କ ପାଇଁ ବିସ୍ମୟଜନକ ବୋଲି ଦର୍ଶାଇଛନ୍ତି।
ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ନିଜ ପ୍ରଚେଷ୍ଟାରେ ୧୨୭ ବର୍ଷ ପୂର୍ବେ ଜମିଦେଇ ଏସ୍କେସିଜି ମହାବିଦ୍ୟାଳୟ ଏବ˚ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ସ୍ଥାପନ କରି ଓଡ଼ିଶାବାସୀଙ୍କ ପାଇଁ ଶିକ୍ଷାର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ। ଶିକ୍ଷା ସମ୍ପର୍କରେ ଆଲୋଚନା ହେବା ମାତ୍ରେ ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ନାମ ଶୀର୍ଷରେ ରହିଥାଏ। ତେଣୁ ଏସ୍କେସିଜି ସ୍ବୟ˚ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାର ଗୁରୁତ୍ବ ରାଜ୍ୟ ସରକାର ବୁଝିବା କଥା। ଆସନ୍ତା ଦିନମାନଙ୍କରେ ଏହି ଦାବି ନେଇ ଆନ୍ଦୋଳନର ଦାନା ବାନ୍ଧୁଥିବା ବେଳେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଅଞ୍ଚଳର ଶିକ୍ଷାବିତ ଡ.ସତ୍ୟପ୍ରକାଶ ପଣ୍ଡା, ଡ.ଚନ୍ଦ୍ରଧ୍ଵଜ ପଣ୍ଡା, ଅକ୍ଷୟ ଦାଶ, ସଂଜୟ ସାହୁ, ସନ୍ତୋଷ ଗୁରୁ, ରାଜେଶ ପଣ୍ଡା ଓ ଲକ୍ଷ୍ମୀ ମହାଙ୍କୁଡ଼ ପ୍ରମୁଖ ମଧ୍ୟ ଏସ୍କେସିଜିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନିମନ୍ତେ ଦାବି ଉଠାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/3-10.jpg)
