ଭୁବନେଶ୍ୱରରୁ ୧୨୯୪ ଜଣ କରେନା ସଂକ୍ରମିତ, ୮୦୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୯୪ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏଥିରେ ସଂଗରୋଧରୁ ୧୬୩ ଓ ସ୍ଥାନୀୟ ଅଂଚଳରୁ ୧୧୩୧ ଜଣ ସଂକ୍ରମିତ ଅଛନ୍ତି । ଭୁବନେଶ୍ୱରରୁ ଆଜି ୮୦୩ ଜଣ ଆକ୍ରନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

 

ବିଏମସିର ସୂଚନା ଅନୁସାରେ ଆଜି ନୟାପଲ୍ଲୀରୁ ସର୍ବାଧିକ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ପଟିଆରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଡ଼ଗଡ଼ରୁ ୪୬ ଜଣ, ଜଗମୋନହ ନଗରରୁ ୪୪ ଜଣ, ପୁରୁଣା ଭୁବନେଶ୍ୱରରୁ ୪୨ ଜଣ, ରସୁଲଗଡ଼ ଓ ଲୁଇସରୋଡରୁ ୩୬ ଜଣ ଲେଖାଏଁ, ଚିନ୍ତାମଣିଶ୍ୱର, ମାଷ୍ଟରକ୍ୟାଣ୍ଟିନ ଓ ବରମୁଣ୍ଡାରୁ ୩୪ ଜଣ ଲେଖାଏଁ, ମଂଚେଶ୍ୱରରୁ ୩୨ ଜଣ, ଝାରପଡ଼ା ଓ ସୁନ୍ଦରପଦାରୁ ୩୧ ଜଣ ଲେଖାଏଁ, ଡୁମଡୁମାରୁ ୨୮ ଜଣ, ଜୟଦେବ ବିହାରରୁ ୨୫ ଜଣ, କଳ୍ପନାରୁ ୨୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୬୬ରେ ପହଂଚିଛି । ଏଥିରୁ ୪୫ ହଜାର ୫୮୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୨୮୬ ଜଣଙ୍କର ମୃତୁ୍ୟ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୧ ହଜାର ୧୭୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର