ସୁସ୍ଥ ହେଲେ ରାଜ୍ୟର ଆଉ ୧୨୯୭ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଓଡ଼ିଶାରେ ଆଜି ଆଉ ୧୨୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୯୯ ହଜାର ୧୫୯ରେ ପହଞ୍ଚିଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ୧୪୨ ଜଣ ସୁସ୍ଥ ହୋଇଥିବାବେଳେ ମୟୁରଭଞ୍ଜରୁ ୧୩୩,କଟକରୁ ୧୧୧, ବାଲେଶ୍ବରରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଅନୁଗୁଳରୁ ୭୬ ଜଣ, ସୁନ୍ଦରଗଡ଼ରୁ ୭୪ ଜଣ, ଜଗତସିଂହପୁରରୁ ୬୭, କେନ୍ଦ୍ରାପଡ଼ାରୁ ୬୨,ପୁରୀରୁ ୫୨,ବଲାଙ୍ଗୀରରୁ ୪୩, ବରଗଡ଼ରୁ ୪୦, କଳାହାଣ୍ଡିରୁ ୩୭, ସମ୍ବଲପୁରରୁ ୩୬, କେନ୍ଦୁଝରରୁ ୩୪,ଭଦ୍ରକ ଓ ନୂଆପଡ଼ାରୁ ୩୨ ଲେଖାଏଁ,ଯାଜପୁର ଓ ନବରଙ୍ଗପୁରରୁ ୩୦ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷରେ ଢେଙ୍କାନାଳରୁ ୨୦, କନ୍ଧମାଳ ଓ କୋରାପୁଟରୁ ୧୮ ଲେଖାଏଁ, ନୟାଗଡ଼ରୁ ୧୫, ଗଞ୍ଜାମରୁ ୧୪, ଝାରସୁଗୁଡ଼ାରୁ ୧୪, ମାଲକାନଗିରିରୁ ୧୦,ବୌଦ୍ଧ ଓ ଗଜପତିରୁ ୧୦ ଲେଖାଏଁ,ସୋନପୁରରୁ ୫, ଦେବଗଡ଼ ଓ ରାୟଗଡ଼ାରୁ ୪ ଲେଖାଏଁ ଓ ରାଜ୍ୟ ପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର