ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଚିହ୍ନଟ ୧୨ଜଣଙ୍କ ମଧ୍ୟରେ ୪ଜଣ ଘରୋଇ ସଙ୍ଗରୋଧରେ ଥିବା ବେଳେ ୮ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି | ଏହା ସହ ଆଜି ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଘରୋଇ ସଙ୍ଗରୋଧରେ ଥିବା ୪ଜଣଙ୍କ ମଧ୍ୟରୁ ୨ଜଣ(୨୬ବର୍ଷିୟ ଯୁବକ, ୨୭ବର୍ଷିୟ ବାଳକ) ଟଙ୍କପାଣି ରୋଡ଼ ଚିଲି ପୋଖରୀ ନିକଟରୁ ଚିହ୍ନଟ ହୋଇଥିବା ବେଳେ ସେମାନେ ପଶ୍ଚିମବଙ୍ଗରୁ ଫେରିଥିଲେ | ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ଶୈଳଶ୍ରୀ ବିହାର ନିକଟରୁ ଚିହ୍ନଟ ହୋଇଥିବା ବେଳେ ଜଣେ ଖଣ୍ଡଗିରିରୁ ଚିହ୍ନଟ ହୋଇଛନ୍ତି | ଶୈଳଶ୍ରୀ ବିହାର ଅଞ୍ଚଳରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ (୨୬ବର୍ଷିୟ ଯୁବକ) ବେଙ୍ଗାଲୁରୁରୁ ଫେରିଥିବା ବେଳେ ଖଣ୍ଡଗିରିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ(୨୫ବର୍ଷିୟ ଯୁବକ) ପୁଣେରୁ ଫେରିଥିଲେ |
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୮ଜଣଙ୍କ ମଧ୍ୟରୁ ୨ଜଣ(୩୦ବର୍ଷୀୟା ମହିଳା, ୩୪ବର୍ଷିୟ ଯୁବକ) ଡୁମୁଡୁମାର ରଘୁନାଥ ନଗରର ବାସିନ୍ଦା ହୋଇଥିବା ବେଳେ ସୁଖ ବିହାର ବସ୍ତିରୁ ଜଣେ(୩୪ବର୍ଷିୟ ଯୁବକ), ଲୋୟଲା ସ୍କୁଲ ନିକଟସ୍ଥ ଶ୍ରୀରାମ ନଗରରୁ ଜଣେ(୩୫ବର୍ଷୀୟା ମହିଳା), ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ (୩୩ବର୍ଷୀୟ ଯୁବକ), ନୀଳାଦ୍ରି ବିହାରର ସେକ୍ଟର-୨ରୁ ଜଣେ(୫୩ବର୍ଷୀୟା ପୁରୁଷ), କ୍ରିଷ୍ଣା ଗାର୍ଡେନ ନିକଟସ୍ଥ ଜାଗମରାରୁ ଜଣେ(୩୪ବର୍ଷିୟ ଯୁବକ) ଏବଂ ୟୁନିଟ-୨ ଅଞ୍ଚଳରୁ ଜଣେ(୩୦ ବର୍ଷୀୟା ମହିଳା) ଚିହ୍ନଟ ହୋଇଛନ୍ତି | ଡୁମୁଡୁମାର ରଘୁନାଥ ନଗର, ସୁଖ ବିହାର ଏବଂ ଲୋୟଲା ସ୍କୁଲ ନିକଟସ୍ଥ ଶ୍ରୀରାମ ନଗରରୁ ଚିହ୍ନଟ ଆକ୍ରାନ୍ତ ଗଞ୍ଜାମରୁ ଫେରିଥିବା ଜଣାପଡିଛି |
Update on newly detected & cured #COVID19 cases in the last 24 hrs under the BMC area on 1st July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/bIFPLarTGD— BMC (@bmcbbsr) July 1, 2020
ସୁସ୍ଥ ୭ଜଣଙ୍କ ମଧ୍ୟରେ ଜଣେ ସରକାରୀ ଡାକ୍ତରଖାନାର ୫୧ବର୍ଷିୟ ପୁରୁଷ କର୍ମଚାରୀ ଥିବା ବେଳେ ସାଲିଆ ସାହିର ଶରଣପାଲି ବସ୍ତିର ଜଣେ ୩୦ବର୍ଷୀୟ ଯୁବକ, ଘରୋଇ ଡାକ୍ତରଖାନାର ୩ଜଣ କର୍ମଚାରୀ (୨୪ବର୍ଷୀୟା ମହିଳା, ୨୭ ବର୍ଷୀୟା ମହିଳା, ୨୪ବର୍ଷୀୟା ମହିଳା ), ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରରୁ ୨୮ବର୍ଷିୟ ଯୁବକ, ଭିଏସଏସ ନଗରରୁ ୨୪ବର୍ଷିୟ ଯୁବକ ରହିଛନ୍ତି |