ଯୁକ୍ତ ୨ ନାମଲେଖା ପାଇଁ ୧୨ରୁ ଆବେଦନ, ସେପ୍ଟେମ୍ବର ୧୩ରେ ମେଧା ତାଲିକା ପ୍ରକାଶ

ଭୁବନେଶ୍ବର: ଯୁକ୍ତ୨ କଳା, ବିଜ୍ଞାନ, ବାଣଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଏବଂ ୧୪ରୁ ୨୧ ତାରିଖ ମଧ୍ୟ‌ରେ ନାମଲେଖା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ମଧ୍ୟରେ ହେବ। ଅକ୍ଟୋବର ୪ରେ ସ୍ପଟ୍‌ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ।

୫ ତାରିଖ ଅପରାହ୍ଣ ୨ଟା ସୁଦ୍ଧା ସ୍ପଟ୍‌ ନାମଲେଖା ଲାଗି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ସେହିଦିନ ଅପରାହ୍ଣ ୫ଟାରେ ସ୍ପଟ୍‌ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ଏବଂ ୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୬ଟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ସାମ୍‌ସ ଇ-ସ୍ପେସ୍‌ରେ ଉପଲବ୍ଧ ହେବ। ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ଟୋଲ ଫ୍ରି ନମ୍ବର (୧୫୫୩୩୫, ୧୮୦୦-୩୪୫-୬୭୭୦) ଜାରି କରାଯାଇଛି।

ସମ୍ବନ୍ଧିତ ଖବର