ଭୁବନେଶ୍ୱର : ୩୪ ବର୍ଷ ପରେ କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତି ଘୋଷଣା କରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଣିକି ‘ଶିକ୍ଷା ମନ୍ତ୍ରଣାଳୟ’ ଭାବେ କାର୍ଯ୍ୟ କରିବ। ପ୍ରାୟ ୧୦ଟି ଉଚ୍ଚଶିକ୍ଷା ଓ ୧୭ଟି ସ୍କୁଲ ଶିକ୍ଷାରେ ପରିବର୍ତନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର କରାଯିବା ସହ ଜିଡିପିର ୬% ଶିକ୍ଷାକ୍ଷେତ୍ରରେ ଖର୍ଚ୍ଚ ହେବାକୁ ଘୋଷଣା କରାଯାଇଛି। ଏହା ପର୍ଯ୍ୟାପ୍ତ ନୁହେଁ। ଅତିକମ୍ରେ ୧୩.୫% ବ୍ୟୟ ବରାଦ କରିବାକୁ ସବୁ ରାଜ୍ୟର ଅଭିଭାବକ ସଂଘ ଦାବି କରିଥିଲେ। ଯଦି ୬% ଜିଡିପି ହିସାବରେ ଖର୍ଚ୍ଚ କରିବେ ତା’ହେଲେ ଏହାକୁ ସମ୍ପୂର୍ଣ ଲାଗୁ କରିବାକୁ ୩୦ ବର୍ଷ ଲାଗିବ। ସାଧାରଣ ଲୋକେ ଏହାର ସୁବିଧା ପାଇବାକୁ ବଞ୍ଚିତ ହେବେ। ନର୍ସରୀ ସ୍କୁଲ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ, ଅଙ୍ଗନବାଡ଼ିରେ ବୌଦ୍ଧିକ ବିକାଶ ଶିକ୍ଷାକୁ ଗୁରୁତ୍ୱ, ଡିଗ୍ରୀ କ୍ଷେତ୍ରରେ ବାର୍ଷିକ ପ୍ରମାଣପତ୍ର ପ୍ରଦାନ, ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ବାଧ୍ୟତାମୂଳକ ହେବ ନାହିଁ, ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ପୁଣି ଥରେ ପଢିବା ଉପରେ ଗୁରୁତ୍ୱ ଦିଆଯିବା ସ୍ବାଗତଯୋଗ୍ୟ ବୋଲି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ ମତପ୍ରକାଶ କରିଛନ୍ତି।
ଜିଡିପିର ୧୩.୫% ଶିକ୍ଷା ପାଇଁ ବ୍ୟୟବରାଦ କରିବାର ଥିଲା
/sambad/media/post_attachments/wp-content/uploads/2019/12/school-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)