ଖୋର୍ଦ୍ଧା: ବର୍ତ୍ତମାନ ସଂକ୍ଷିପ୍ତ ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଚାଲୁଛି। ୫ ତାରିଖରେ ସ୍ବତନ୍ତ୍ର ଅଭିଯାନ ଥିଲା। ଏହି ସମୟରେ ନିଯୁକ୍ତି ପାଇଥିବା ବୁଥ ସ୍ତରୀୟ ଅଧିକାରୀ (ବିଏଲ୍ଓ)ମାନେ ଘର ଘର ବୁଲି ତାଲିକା ସଂଶୋଧନ କାର୍ଯ୍ୟ କରିବେ। ତେବେ ଉଚ୍ଚଅଧିକାରୀଙ୍କ ଯାଞ୍ଚ ବେଳେ ୪ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୧୩ଜଣ ବିଏଲ୍ଓ ନିଜ କାର୍ଯ୍ୟରେ ଅନୁପସ୍ଥିତ ଥିଲେ। ସେମାନଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି।
ସ୍ବତନ୍ତ୍ର ଅଭିଯାନରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ତଦାରଖ ପାଇଁ ବିଭିନ୍ନ ବୁଥ ଯାଇଥିଲେ। କିନ୍ତୁ ସେଠାରେ ପ୍ରଶାସନ ପକ୍ଷରୁ ନିୟୋଜିତ ଥିବା ବୁଥସ୍ତରୀୟ ଅଧିକାରୀ ଅନୁପସ୍ଥିତ ଥିଲେ। ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୮୬ର ସ୍ବପ୍ନାରାଣୀ ପାଇକରାୟ ଓ ବୁଥ ନମ୍ବର ୭୨ର ସୌଭାଗିନୀ ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହିଭଳି ଭୁବନେଶ୍ବର ଉପଜିଲ୍ଲାପାଳ ଚିନ୍ମୟ କୁମାର ଆଚାର୍ଯ୍ୟଙ୍କ ଗସ୍ତ ବେଳେ ଅନୁପସ୍ଥିତ ଥିବା ୧୧ ଜଣ ବିଏଲ୍ଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଛି। ସେମାନେ ହେଲେ, ଭୁବନେଶ୍ବର ମଧ୍ୟ ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ ନଂ ୧୮୪ର କିଶୋର କୁମାର ଦାଶ, ୧୦୯ ନଂ ବୁଥର ଅଙ୍ଗନବାଡ଼ି କର୍ମୀ ତଥା ବିଏଲ୍ଓ ସ୍ନେହପ୍ରଭା ଜେନା, ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ବୁଥ ନଂ ୧୭୪ର ଅଙ୍ଗନବାଡ଼ି କର୍ମୀ ବିଜୟଲକ୍ଷ୍ମୀ ସାବତ, ବୁଥ ନଂ ୧୭୭ର ଅଙ୍ଗନବାଡ଼ି କର୍ମୀ ମୋନାଲିସା ବେହେରା, ବୁଥ ନଂ ୧୫୧ର ସସ୍ମିତା ବେହେରା, ବୁଥ ନମ୍ବର ୧୬୦ର ଆଶାକର୍ମୀ ସ୍ବର୍ଣ୍ଣପ୍ରଭା ସାହୁ, ବୁଥ ନଂ ୬୦ର ନମିତା ପଣ୍ଡା, ଭୁବନେଶ୍ବର (ଏକାମ୍ର)ର ବୁଥ ନଂ ୭୦ର ଅଙ୍ଗନବାଡ଼ି କର୍ମୀ ପଦ୍ମିନୀ ବେହେରା, ବୁଥ ନଂ ୬୪ର ସୁଚତ୍ରା କୁମାର ସାହୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/voter-card-f.jpg)