ରାଇରଙ୍ଗପୁର: ସାଧାରଣ ନିର୍ବାଚନ-୨୦୨୪ରେ ମୟୂରଭଂଜ ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୨ ଲକ୍ଷ ୨୯ ହଜାର ୬୧୯ ଜଣ ଭୋଟର ଥିବା ବେଳେ ସେଥି ମଧ୍ୟରୁ ୧ ଲକ୍ଷ ୧୨ ହଜାର ୯୫୭ ଜଣ ପୁରୁଷ,୧ ଲକ୍ଷ ୧୬ ହଜାର ୬୫୫ ଜଣ ମହିଳା ଓ ୭ ଜଣ କିନ୍ନର ୧୩ ଜଣ ଭୋଟରଙ୍କୁ ଭୋଟ୍ ଦେଇ ନିର୍ବାଚିତ କରିବେ। ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମୋଟ୍ ୧୩ ଜଣ ବିଧାୟକ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସେମାନେ ହେଲେ ବିଜେଡି ପ୍ରାର୍ଥୀ ରାଇସେନ ମୁର୍ମୁ, ବିଜେପି ପ୍ରାର୍ଥୀ ଜଲେନ୍ ନାଏକ୍, କଂଗ୍ରେସ ପ୍ରାର୍ଥୀ ଯଗେନ୍ଦ୍ର ବାନରା, ଜେଏମଏମ୍ ପ୍ରାର୍ଥୀ ସୁନାରାମ୍ ଟୁଡୁ, ବହୁଜନ ସମାଜ ପାର୍ଟୀର ଦାମଦର ପୂର୍ତି, ସ୍ୱାଧୀନ ପ୍ରାର୍ଥୀ ନାରାୟଣ ମୁର୍ମୁ, ଆଜସୁ ପ୍ରାର୍ଥୀ ଆନ୍ତା ଆଲୋକ ବାସ୍କେ, ଭାରତୀୟ ଜବାନ୍ କିସାନ ପାର୍ଟୀର ପ୍ରାର୍ଥୀ ଯୋଶଦା ମାରାଣ୍ଡି, ଭାରତୀୟ ସମ୍ପୂର୍ଣ କ୍ରାନ୍ତିଧାରୀ ପାର୍ଟୀ ଲକ୍ଷ୍ମଣ ମାଝୀ, ସ୍ୱାଧୀନ ପ୍ରାର୍ଥୀନୀ ମିନତୀ ହାଁସଦାଃ, ସାଲଖୁ ଲେମ୍ବ ମାଝୀ, ସୁନାରାମ୍ ହେମ୍ବ୍ରମ ପ୍ରମୁଖ।

Advertisment

ତେବେ ୧୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସମସ୍ତଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଆଜି ସମସ୍ତ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନ ଚିହ୍ନ ମଧ୍ୟ ମିଳିଛି। ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀରେ ମୋଟ୍ ୨୧ ଜଣ ପ୍ରାର୍ଥୀ ପତ୍ର ନେଇଥିବା ବେଳେ ୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେବେ ୧୯ ଜଣଙ୍କ ମଧ୍ୟରୁ ଯାଂଚ ସମୟରେ ୫ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୧୪ ଜଣଙ୍କ ପ୍ରାର୍ଥୀପତ୍ର କାଏକ ରହିଛି। ସମସ୍ତ ସ୍ୱାଧୀନ ପ୍ରାର୍ଥୀଙ୍କୁ ନିର୍ବାଚନ ଚିହ୍ନ ମଧ୍ୟ ଆଜି ମିଳିଛି।