ରାୟଗଡ଼ା: ଦୁଇ ମାସର ବ୍ୟବଧାନ ପରେ ରାୟଗଡ଼ାରେ ପୁଣି ଉପରମୁହାଁ ହୋଇଛି କରୋନା। ଆଜି ଦିନକରେ ସହରରୁ ୧୩ ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ। ହରିଜନ ସାହିର ୩ଟି ପରିବାରରୁ ୭ ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ପ୍ରଶାସନ। ସମସ୍ତ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ଚିକିତ୍ସା ହେଉଛନ୍ତି। ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଉପରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ସଂଗ୍ରହ କରୁଛି।
ମିଳିଥିବା ସୂଚନାନୁସାରେ ହରିଜନ ସାହିରୁ ୭, ମସଜିଦ ଲାଇନରୁ ୫, ବୁଦୁରାଉଲ୍ଲାସରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଲୋକଲ କଣ୍ଟାକଟ ରେ ଆସି ପଜିଟିଭ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ହରିଜନ ସାହିକୁ କଣ୍ଟେନମେଣ୍ଟ ଜୋନ କରି ସିଲ କରାଯାଇଛି। ସାହିର ଉଭୟ ପାର୍ଶ୍ୱରେ ପୁଲିସ ମୁତୟନ କରାଯାଇଛି। ଅଗଷ୍ଟ ମାସ ପରେ ଗୋଟିଏ ଦିନରେ ରାୟଗଡ଼ା ସହରରୁ ୧୩ ପଜିଟିଭ ଚିହ୍ନଟ ହେବା ଆଜି ପ୍ରଥମ। ୨ ମାସ ହେଲା ଜିଲ୍ଲାର ପଜିଟିଭ ସଂଖ୍ୟା ଏକ ଅଙ୍କରେ ସୀମିତ ରହୁଥିଲା।
/sambad/media/post_attachments/wp-content/uploads/2021/10/e0342b41-3fca-4d8f-91d6-134ae32fd2c0-1024x461.jpg)
ଆକ୍ରାନ୍ତ ସଂଖ୍ୟା ପୁଣି ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ପଜିଟିଭ ସଂଖ୍ୟା ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ କତ୍ତୃପକ୍ଷଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ଜେକେପୁର କୋଭିଡ ସେଣ୍ଟରକୁ ଛାଡ଼ି ଅନ୍ୟ ସମସ୍ତ କୋଭିଡ କେୟାର ସେଣ୍ଟରକୁ ବନ୍ଦ କରି ଦିଆଯାଇଛି। ତୃତୀୟ ଲହରୀକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଦିନକରେ ରାୟଗଡ଼ା ସହରରୁ ୧୩ ପଜିଟିଭ ଚିହ୍ନଟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/43ac0c8d-738c-40ab-bd23-54dd88379487.jpg)