ସୁନ୍ଦରଗଡ଼ ପାଇଁ ଖୁସି ଖବର: ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହେଲେ ୧୩, ଜଣେ ମାତ୍ର ଅଛନ୍ତି ସକ୍ରିୟ

ରାଉରକେଲା: ସୁନ୍ଦରଗଡ ପାଇଁ ଖୁସିର ଖବର l ଆଜି ସକାଳେ ରାଉରକେଲା କଣ୍ଟେନମେଣ୍ଟ ଜୋନରୁ ଜଣେ ୪୭ ବର୍ଷୀୟ ପୁରୁଷ ଚିହ୍ନଟ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ ରେ ପହଞ୍ଚି ଥିଲା l କିନ୍ତୁ ଏମାନଙ୍କ ମଧ୍ୟରୁ ଆଜି ଏକକାଳୀନ ୭ ଓ ପୂର୍ବରୁ ୬ ଜଣ ଏମିତି ମୋଟ ୧୩ ଜଣ ସୁସ୍ଥ ହୋଇଛନ୍ତି l ସୁସ୍ଥଙ୍କ ମଧ୍ୟରେ ବିଶ୍ରା ଆସିଆନା କଲୋନୀରେ ୩, ଗୁଡ଼ଗୁଡ଼ଜୋର ର ୨, ରାଉରକେଲା କଣ୍ଟନମେଣ୍ଟ ଜୋନର ୯ ରୁ ୮ ଜଣ ଅଛନ୍ତି l ପ୍ରଥମେ ଏପ୍ରିଲ ୧୨ରେ ବିଶ୍ରା ଆସିଆନା କଲୋନିରୁ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ l ଏମାନଙ୍କ ମଧ୍ୟରେ ଜଣେ ୬୭ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ୨୩ ବର୍ଷୀୟ ଯୁବକ ଥିଲେ l

ପରେ ବିଶ୍ରା ଗୁଡଗୁଡଜୋରରୁ ଆଉ ଜଣେ ୪୦ ବର୍ଷୀୟ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ l ଏପ୍ରିଲ ୨୫ ରେ ସମସ୍ତ ତିନି ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ପରେ ସୁନ୍ଦରଗଡ଼ ଜିଲ୍ଲା ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥିଲା l କିନ୍ତୁ ପରଦିନ ଅର୍ଥାତ ଏପ୍ରିଲ ୨୬ରେ ଆଉ ତିନିଜଣ ଚିହ୍ନଟ ହୋଇଥିଲେ l ଦୁଇ ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡଗୁଡଜୋର ବାସିନ୍ଦା ହୋଇଥିବାବେଳେ ଅନ୍ୟ ଜଣେ ଆକ୍ରାନ୍ତ ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ନାଲା ରୋଡର ବାସିନ୍ଦା ଥିଲେ ।

ଉଭୟେ ୩ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଥିଲେ । ସେହିପରି ୬ ନମ୍ବର ଆକ୍ରାନ୍ତ ଜଣେ ୬୦ ବର୍ଷୀୟ ପୁରୁଷ ବ୍ୟକ୍ତି ଥିବାବେଳେ ଏପ୍ରିଲ ୨୮ରେ ନାଲାରୋଡରୁ ଆଉ ଚାରିଜଣ କୋଭିଡ-୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ l ସମସ୍ତଙ୍କ ଘର କଣ୍ଟେନମେଣ୍ଟ ଜୋନରେ ହୋଇଥିବା ବେଳେ ସେମାନେ ଷଷ୍ଠ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଥିଲେ l ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଆଉ ଆଜି ସୁଦ୍ଧା ୧୩ ଜଣ ସୁସ୍ଥ ହୋଇଥିବାରୁ ବିଶ୍ରା ଆସିଆନା କଲୋନିରୁ କଣ୍ଟେନମେଣ୍ଟ ଜୋନ ହଟାଇ ଦିଆଯାଇଛି l

ସମ୍ବନ୍ଧିତ ଖବର