ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଲକ୍ଷେ ଲୋକ କରୋନା ଲଢ଼େଇରେ ବିଜୟୀ ହୋଇଛନ୍ତି। ଦିନକୁ ଦିନ ଏହି ସଂଖ୍ୟାରେ ବୃଦ୍ଧି ହେଉଛି। ଆଜି ରାଜ୍ୟରେ ୨୭୮୭ କୋଭିଡ୍ ରୋଗୀ ସୁସ୍ଥ ହେବା ପରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୨ହଜାର ୧୮୫ରେ ପହଞ୍ଚିଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବେ ୨୮ହଜାର ୫୭୫ ରହିଛି। ତେବେ ଖୋର୍ଧା ଜିଲ୍ଲାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୧୪୫ ରୋଗୀ ସୁସ୍ଥ ହୋଇଛନ୍ତି। ଏହାବାଦ୍ କଟକ ୨୩୦, ପୁରୀ ୧୯୨, ମୟୂରଭଞ୍ଜ ୧୫୩, ଗଞ୍ଜାମ ୧୧୫, ବାଲେଶ୍ବର ୭୮, କେନ୍ଦୁଝର ୭୬, ବରଗଡ଼ ୭୫, ଯାଜପୁର ଓ କୋରାପୁଟରୁ ୬୮ ଲେଖାଏଁ, ଜଗତସିଂହପୁର ୬୪, ସମ୍ବଲପୁର ୬୨, ଭଦ୍ରକ ୫୪, ଝାରସୁଗୁଡ଼ା ୪୫, ମାଲକାନଗିରି ୪୧, ସୋନପୁର ୩୬, ଢେଙ୍କାନାଳ ୩୫, ବଲାଙ୍ଗୀର ଓ କନ୍ଧମାଳରୁ ୨୮ ଲେଖାଏଁ, ନୂଆପଡ଼ା ୨୫, ସୁନ୍ଦରଗଡ଼ ୨୩, କଳାହାଣ୍ଡି ଓ ରାୟଗଡ଼ାରୁ ୧୮ ଲେଖାଏଁ, ଗଜପତି ୧୭, କେନ୍ଦ୍ରାପଡ଼ା ୧୫, ନୟାଗଡ଼ ୧୨ ଓ ଅନୁଗୁଳ ୯ ଓ ବୌଦ୍ଧରୁ ୭ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ରାଜ୍ୟରେ ଲଗାତାର ଭାବେ ଦ୍ରୁତ ସଂକ୍ରମଣ ଜାରି ରହିଛି। ଗୋଟିଏ ଦିନରେ ୩୪୯୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବିଶେଷକରି ଖୋର୍ଧା ଓ କଟକରେ କରୋନା ସଂକ୍ରମଣ ଥମୁନାହିଁ। ସ୍ଥିତି ଏପରି ହୋଇଛି ଯେ ଖୋର୍ଧାରେ ସଂଖ୍ୟା ୨୨ହଜାର ଟପିଥିବା ବେଳେ କଟକରେ ୧୧ହଜାର ପାର୍ କରିଛି। ରାଜ୍ୟରେ ୫ହଜାର ସଂଖ୍ୟା ପାର୍ କରିଥିବା ୭ଟି ଜିଲ୍ଲା ରହିଛନ୍ତି। ଅନ୍ୟ ଜିଲ୍ଲା ମଧ୍ୟ ଧୀରେ ଧୀରେ ଏହି ସଂଖ୍ୟା ପାର୍ କରିବା ନେଇ ଆଶଙ୍କା ଦେଖାଦେଲାଣି। ଚିହ୍ନଟ ୩୪୯୦ ଆକ୍ରାନ୍ତଙ୍କ ମଧ୍ୟରେ ୨୦୯୪ ସଙ୍ଗରୋଧରେ ଓ ୧୩୯୬ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ଖୋର୍ଧାରୁ ୫୩୫ ଆକ୍ରାନ୍ତଙ୍କୁ ବାଦ୍ ଦେଲେ କଟକରେ ୩୭୬, ପୁରୀ ୨୧୭, ମୟୂରଭଞ୍ଜ ୨୦୭, ରାୟଗଡ଼ା ୨୦୬, ଯାଜପୁର ୧୭୮, ବଲାଙ୍ଗୀର ୧୧୦, ସୋନପୁର ୧୦୭, ଝାରସୁଗୁଡ଼ା ୧୦୩, ନୂଆପଡ଼ା ୧୦୨ ଓ ଷ୍ଟେଟ୍ ପୁଲ ୧୦୨ଜଣ ରହିଛନ୍ତି। କୋରାପୁଟ ୯୩, ବାଲେଶ୍ବର ୯୨, ଜଗତସିଂହପୁର ୯୧, ଭଦ୍ରକ ୮୯, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ୮୫ ଲେଖାଏଁ, କନ୍ଧମାଳ ୮୪, ବରଗଡ଼ ଓ ଢେଙ୍କାନାଳ ୮୧ ଲେଖାଏଁ, ଗଞ୍ଜାମ ୬୯, ସୁନ୍ଦରଗଡ଼ ୬୪, ଗଜପତି ୫୩, ନବରଙ୍ଗପୁର ୪୦, କଳାହାଣ୍ଡି ୩୯, ଅନୁଗୁଳ ୩୮, ନୟାଗଡ଼ ୩୪, ଦେବଗଡ଼ ୨୭ ଓ ବୌଦ୍ଧ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୩୧ହଜାର ୩୮୨ରେ ପହଞ୍ଚିଛି।
ରାଜ୍ୟରେ ଆଉ ୧୩ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏଥିରେ ପୁରୀରୁ ସର୍ବାଧିକ ୩ଜଣ, ମୟୂରଭଞ୍ଜ, ରାୟଗଡ଼ା ଓ ଗଞ୍ଜାମରୁ ୨ଜଣ ଲେଖାଏଁ, ଭୁବନେଶ୍ବର, କଟକ, କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୫୬୯ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୨୦୯ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧାରେ ୭୭, କଟକ ୩୯, ସୁନ୍ଦରଗଡ଼ ୩୮, ରାୟଗଡ଼ା ୩୧, ପୁରୀ ୧୯, ଗଜପତି ୧୮, ସମ୍ବଲପୁର ୧୫, ନୟାଗଡ଼ ଓ ବାଲେଶ୍ବରରେ ୧୪ଜଣ ଲେଖାଏଁ ଓ କନ୍ଧମାଳରେ ୧୩ଜଣ ପ୍ରାଣ ହରାଇ ସାରିଛନ୍ତି।
ଭୁବନେଶ୍ବର: ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ଆଜି ୧ଲକ୍ଷ ଟପିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହିତ କରୋନା ବିରୋଧରେ ଚାଲିଥିବା ସଂଗ୍ରାମର ଏହା ଏକ ସ୍ମରଣୀୟ ମୁହୂର୍ତ ବୋଲି କହିଛନ୍ତି। କୋଭିଡ୍ ଯୋଦ୍ଧାମାନେ ଅବିଚଳିତ ଓ ଉତ୍ସର୍ଗୀକୃତ ଭାବେ ସେବା ପ୍ରଦର୍ଶନ କରି ମୂଲ୍ୟବାନ ଜୀବନ ବଞ୍ଚାଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।