ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ୧୩ ଡିଏସ୍‌ପି ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ୧୩ ଜଣ ଡିଏସ୍‌ପିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇ ସେମାନଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଛି। ପୁଲିସ୍‌ ମୁଖ୍ୟାଳୟର ଡିଏସ୍‌ପି ପ୍ରଦୀପ କୁମାର ଜାଲିଙ୍କୁ ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା ବେଳେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ କାର୍ଯ୍ୟାଳୟରେ ଅତିରିକ୍ତ ଆୟୁକ୍ତ ଭାବେ କାର୍ଯ୍ୟ କରିବେ। ତାଙ୍କ ବ୍ୟତୀତ ସୋନପୁର ଡିଆଇବିର ଡିଏସ୍‌ପି ମନୋର˚ଜନ ପ୍ରଧାନଙ୍କୁ ବଲାଙ୍ଗୀରକୁ, ବୌଦ୍ଧ ଡିଆଇବି ଡିଏସ୍‌ପି ବିପିନ ବିହାରୀ ବେହେରାଙ୍କୁ କନ୍ଧମାଳ, କମିସନରେଟ୍‌ ଏସିପି ପ୍ରମୋଦ କୁମାର ରଥଙ୍କୁ ଅତିରିକ୍ତ ଡିସିପି, କଟକ ପିସିଆର‌୍‌ ସେଲ୍‌ ଡିଏସ୍‌ପି ଇତିକାନ୍ତ ମହାପାତ୍ରଙ୍କୁ କଟକ ଏଚ୍‌ଆର‌୍‌ପିସିକୁ, ବାଲେଶ୍ବର ଡିଆଇବି ଡିଏସ୍‌ପି ସୁଦାମ ଚରଣ ସାହୁଙ୍କୁ ମୟୂରଭଞ୍ଜକୁ, ସୋନପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି ସୟଦ ମୁଜିବୁର ରହେମାନଙ୍କୁ ରାଉରକେଲାକୁ, କମିସନରେଟ ଟ୍ରାଫିକ୍‌ ଏସିପି କିଶୋର କୁମାର ପାଣିଗ୍ରାହୀଙ୍କୁ ଅତିରିକ୍ତ ଡିସିପି, ବୋଣାଇ ଏସ୍‌ଡିପିଓ ଅବକାଶ ରାଉତରାୟଙ୍କୁ ରାଉରକେଲା, ସୁନ୍ଦରଗଡ଼ ଡିଆଇବି ଡିଏସ୍‌ପି ରାମ ପ୍ରସାଦ ସାହୁଙ୍କୁ ରାୟଗଡ଼ା ଓ ଗୁଇନ୍ଦା ଡିଏସ୍‌ପି ଭବାନୀକାନ୍ତ ପଟ୍ଟନାୟକ ଯାଜପୁରକୁ ପଦୋନ୍ନତି ପାଇ ବଦଳି ହୋଇଛନ୍ତି। ସେହିପରି ଗୁଇନ୍ଦା ଡିଏସ୍‌ପି ଜ୍ଞାନର˚ଜନ ମହାପାତ୍ରଙ୍କୁ ନିଜ ବିଭାଗରେ ପଦୋନ୍ନତି ଦିଆଯାଇଛି। ଅନ୍ୟପକ୍ଷରେ କମିସନରେଟ୍‌ ପୁଲିସ୍‌ରେ ଅତିରିକ୍ତ ଡିସିପି ଭାବେ କାର୍ଯ୍ୟ କରୁଥିବା ଅମରେଶ କୁମାର ପଣ୍ତାଙ୍କୁ ସମ୍ବଲପୁରକୁ ଅତିରିକ୍ତ ଏସ୍‌ପି ଭାବେ ବଦଳି କରାଯାଇଛି। ଚଳିତ ମାସ ୩୧ତାରିଖ ସୁଦ୍ଧା ସମସ୍ତଙ୍କୁ ନିଜ ନିଜ ନୂଆ ସ୍ଥାନରେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର