ସମ୍ବଲପୁର: ସମ୍ବଲପୁରରେ ବଡ଼ ଧରଣର ସାଇବର୍ ଠକେଇର ଶିକାର ହୋଇଛନ୍ତି ଭିଆର୍ଏସ୍ ନେଇଥିବା ବ୍ୟାଙ୍କ କର୍ମଚାରୀ ସଦର ଥାନା ସିନ୍ଦୂରପଙ୍କର ସଂଗ୍ରାମ କେଶରୀ ନାୟକ। ସାଇବର୍ ଠକ ତାଙ୍କ ଆକାଉଣ୍ଟରୁ ୧୩ ଲକ୍ଷରୁ ଅଧିକ ଟଙ୍କା କାଟି ନେଇଥିବା ସେ ସମ୍ବଲପୁର ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ କେଉଁ ଉପାୟରେ ତାଙ୍କଠାରୁ ସାଇବର୍ ଠକ ଏତେ ପରିମାଣର ଟଙ୍କା କାଟିନେଲା ତାହା ଜଣା ନଥିବା ସେ କହିଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ, ଜାନୁଆରି ୪ ତାରିଖରୁ ମାର୍ଚ୍ଚ ୩ ତାରିଖ ମଧ୍ୟରେ ତାଙ୍କ ଅଜ୍ଞାତସାରରେ ମୋଟ ୧୩,୨୦,୦୦୦ ଟଙ୍କା କଟିଛି। ମୋବାଇଲ୍ ଇଣ୍ଟର୍ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଏହି ଟଙ୍କା କଟାଯାଇଥିବା ବେଳେ ଉକ୍ତ ଟଙ୍କା ୨ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଥିବା ଆକାଉଣ୍ଟ ଷ୍ଟେଟ୍ମେଣ୍ଟରୁ ଜଣାପଡ଼ିଛି ବୋଲି ପୁଲିସ କହିଛି। ତେବେ ଅଜାଣତରେ ଏତେ ଟଙ୍କା ଠକେଇର ଶିକାର ହୋଇଥିବା ଜାଣିବା ପରେ ସଂଗ୍ରାମ ଶୁକ୍ରବାର ସନ୍ଧ୍ୟାରେ ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/11-7.jpg)