ଯାଜପୁରରୁ ଜବତ ହେଲା ୧୩ ଲକ୍ଷ ଟଙ୍କାର ପୁଳା ପୁଳା ନକଲି ନୋଟ

ଯାଜପୁର ଟାଉନ: ଯାଜପୁରରେ ଛପା ହୋଇ ହାଇଦ୍ରାବାଦ ଓ ବିଶାଖାପାଟଣା ଯାଉଥିଲା ନକଲି ନୋଟ | ଏଭଳି ନକଲି ନୋଟ ପ୍ରସ୍ତୁତ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଗିରଫ କରିଛି ଯାଜପୁର ପୁଲିସ | ଆଜି ଯାଜପୁର ପୁଲିସ ଚଢ଼ାଉ କରି ୧୩ ଲକ୍ଷ ୧୭ ହଜାର ୫୦୦ ଟଙ୍କା ନକଲି ନୋଟ ଜବତ କରିଛି | ଯାଜପୁର ସହରର ସନ୍ଥମାଧବ ଗାଁର ଏକ ଭଡା ଘରେ ଏହି ନକଲି ନୋଟ କାରବାର ଚାଲୁଥିଲା । ଏହି ଘଟଣାରେ ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରମଣି ବଳ। ତାଙ୍କ ଘର ମଙ୍ଗଳପୁର ଥାନା ଛନ୍ଚିଂଣା ଅଂଚଳରେ ବୋଲି ଜଣାପଡିଛି | ପୁଲିସ ପ୍ରିଣ୍ଟ ମେସିନ ସହ ୨୨ ପ୍ରକାର ଟଙ୍କା ତିଆରି ସାମଗ୍ରୀ ଜବତ କରିଛି |

ଏଥିରେ ଏକ ଵଡ ରାକେଟ ସକ୍ରିୟ ଥିବାର ପୁଲିସ ସନ୍ଦେହ କରୁଥିବାବେଳେ ଏହି ଟଙ୍କା ହାଇଦ୍ରାବାଦ ଓ ବିଶାଖାପାଟଣା ଚାଲାଣ ହେଉଥିଲା | ବ୍ୟକ୍ତି ଜଣକ ଯାଜପୁର ଟାଉନରେ ଭଡାରେ ରହି ଏହି କାରବାର କରୁଥିଲେ |

ତେବେ ଏହି ନକଲି ନୋଟ ପ୍ରସ୍ତୁତିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ପୁଲିସ ସେବାବଦରେ ଅନୁସନ୍ଧାନ କରୁଛି | ରାଜ୍ୟବାହାରର କୌଣସି ଅପରାଧୀ ସାମିଲ ଅଛନ୍ତି ନା ନାହିଁ ତାହା ତଦନ୍ତ ଚାଲିଛି | ଏବାବଦରେ ଆଜି ଅପରାହ୍ନରେ ପୁଲିସ ପକ୍ଷରୁ ବିସ୍ତୃତ ସୂଚନା ଦିଆଯିବ |

ସମ୍ବନ୍ଧିତ ଖବର