ଫକୀରମୋହନ ମେଡିକାଲ‌ କଲେଜରେ ୧୩ ଡାକ୍ତରୀ ଛାତ୍ର ସଂକ୍ରମିତ

ବାଲେଶ୍ବର : କରୋନାର ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବାବେଳେ ବାଲେଶ୍ବର ଜିଲ୍ଲାରୁ ‌ସୋମବାର ୨୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରେମୁଣାସ୍ଥିତ ଫକୀରମୋହନ ଭେଷଜ ମହାବିଦ୍ୟାଳୟର ୧୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି। ସପ୍ତାହେ ହେଲା ଜିଲ୍ଲା‌ରେ ସଂକ୍ରମଣ ହାର ହୁ ହୁ ହୋଇ ବଢ଼ିବାରେ ଲାଗିଛି। ସଂକ୍ରମିତ ହୋଇଥିବା ଏମ୍‌ବିବିଏସ୍‌ ଡାକ୍ତରୀ ଛାତ୍ରଛାତ୍ରୀ ପ୍ରତ୍ୟହ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପ୍ରାକ୍ଟିକାଲ୍‌ କ୍ଲାସ କରିବାକୁ ଆସିଥାନ୍ତି। ଡାକ୍ତରଖାନାକୁ ଶହଶହ ଲୋକ ଆସୁଥିବା ବେଳେ ସେମାନେ କୌଣସି ସନ୍ଦିଗ୍ଧ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଥାଇପାରନ୍ତି ବୋଲି ମେଡିକାଲ କଲେଜର ଡିନ୍‌ ପ୍ରଫେସର ରାମଚନ୍ଦ୍ର ଗିରି କହିଛନ୍ତି। ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ କଲେଜ କ୍ୟାମ୍ପସକୁ ସାନିଟାଇଜ୍‌ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର