୨ ସାଂସଦ, ୧୧ ବିଧାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ମନୋନୀତ

ଭୁବନେଶ୍ୱର: ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରଦିଷ (ଡବ୍ଲ୍ୟୁଡିସି) ପାଇଁ ୨ଜଣ ସାଂସଦ ଓ ୧୧ ଜଣ ବିଧାୟକଙ୍କୁ ମନୋନୀତ କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିମ୍ନଲିଖିତ ସାଂସଦ ଓ ବିଧାୟକ ଡବ୍ଲ୍ୟୁଡିସି ପାଇଁ ମନୋନୀତ

-କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ: ବୌଦ୍ଧ ଜିଲ୍ଲା
-ବରଗଡ଼ ସାଂସଦ ସୁରେଶ ପୂଜାରୀ: ବରଗଡ଼ ଜିଲ୍ଲା
-ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି: ଝାରସୁଗୁଡ଼ା ଜିଲ୍ଲା
-ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ: କଳାହାଣ୍ଡି ଜିଲ୍ଲା
-ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ: ବୌଦ୍ଧ ଜିଲ୍ଲା
-ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ: ସମ୍ବଲପୁର ଜିଲ୍ଲା
-ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ: ସୁନ୍ଦରଗଡ଼ ଜିଲ୍ଲା
-ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ: ନୂଆପଡ଼ା ଜିଲ୍ଲା
-ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର: ବଲାଙ୍ଗୀର ଜିଲ୍ଲା
-ଦେବଗଡ଼ ବିଧାୟକ ସୁବାଶ ଚନ୍ଦ୍ର ପାଣିଗ୍ରାହୀ: ଦେବଗଡ଼ ଜିଲ୍ଲା
-ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି: କଳାହାଣ୍ଡି ଜିଲ୍ଲା
-ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ: ବରଗଡ଼ ଜିଲ୍ଲା
-ଖଡିଆଲ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ: ନୂଆପଡ଼ା ଜିଲ୍ଲା

ସମ୍ବନ୍ଧିତ ଖବର