କରୋନା ପଞ୍ଝାରେ କଳାହାଣ୍ଡି : ଆଜି ପୁଣି ଜିଲ୍ଲାରେ ନୂଆ ୧୩ଜଣ ପିଜିଟିଭ ଚିହ୍ନଟ

ଅଗଷ୍ଟ ୯ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ଉର୍ଦ୍ଧ୍ବରେ ପହଞ୍ଚିଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାକୁ କରୋନା ଏବେ କବଳିତ କରିବାରେ ଲାଗିଛି । ଆଜି ଜିଲ୍ଲାରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୮ରେ ପହଞ୍ଚିଛି । ଆଜି ଭବାନୀପାଟଣା ମ୍ୟୁନିସିପାଲଟିରେ ୩ ଜଣ, ଲାଞ୍ଜିଗଡ଼ ବ୍ଲକରେ ୪ଜଣ, କୋକସରା ବ୍ଲକରେ ୨ ଜଣ, ଗୋଳାମୁଣ୍ଡା ବ୍ଲକରେ ୨ ଜଣ, କଲମପୁର ବ୍ଲକରେ ଜଣେ, କେସିଙ୍ଗା ବ୍ଲକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ କରୋନା ପଞ୍ଝାରେ କଳାହାଣ୍ଡି ଜିଲ୍ଲା । ଅଗଷ୍ଟ ୧ ତାରିଖରେ ୧୦ ଜଣ ଚିହ୍ନଟ ହୋଇଥିଲେ । ଅଗଷ୍ଟ ୨ ତାରିଖରେ ୨୭ ଜଣ, ଅଗଷ୍ଟ ୩ ତାରିଖରେ ୮ ଜଣ, ଅଗଷ୍ଟ ୪ ତାରିଖରେ ୨୯ ଜଣ, ଅଗଷ୍ଟ ୫ ତାରିଖରେ ୨୨ ଜଣ, ଅଗଷ୍ଟ ୬ ତାରିଖରେ ୪୫ ଜଣ, ଅଗଷ୍ଟ ୭ ତାରିଖରେ ୨୧ ଜଣ, ଅଗଷ୍ଟ ୮ ତାରିଖରେ ୨୩ ଜଣ ଓ ଆଜି ଅଗଷ୍ଟ ୯ ତାରିଖରେ ୧୩ ଜଣ ଚିହ୍ନଟ ହୋଇଛନ୍ତି ।

ଗତ ଜୁଲାଇ ମାସ ସୁଦ୍ଧା ୩୨୦ ଜଣ ଚିହ୍ନଟ ହୋଇଥିବା ବେଳେ ଚଳିତ ଅଗଷ୍ଟ ୧ ରୁ ୯ ତାରିଖ ମଧ୍ୟରେ ୧୯୮ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି । ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୧୮ରେ ପହଞ୍ଚିଲାଣି । କରୋନାର ପ୍ରାଦୁର୍ଭାବ ଯୋଗୁଁ ଭବାନୀପାଟଣା ଓ ଧର୍ମଗଡ଼ ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରି ସର୍ଭେ କରିବା ସହିତ ରେପିଡ଼ ଆଣ୍ଟିଜେନ ଟେଷ୍ଟରେ ସ୍କ୍ରିନିଂ କରି କରୋନା ପଜିଟିଭ ଚିହ୍ନଟ କରିଥିଲେ । ବର୍ତ୍ତମାନ ଜୁନାଗଡ଼ ଓ କେସିଙ୍ଗାରେ କରୋନା ପଜିଟିଭ ବୃଦ୍ଧି ପାଉଥିବା ଯୋଗୁଁ ଆସନ୍ତା ଅଗଷ୍ଟ ୧୦ ଓ ୧୧ ତାରିଖରେ କେସିଙ୍ଗା ସଟଡାଉନ ଓ ଆସନ୍ତା ଅଗଷ୍ଟ ୧୨ ଓ ୧୩ ତାରିଖରେ ଜୁନାଗଡ଼ ସହରକୁ ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରି ଘର ଘର ବୁଲି ସ୍କ୍ରିନିଂ କରିବା ପାଇଁ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି ।

ସମ୍ବନ୍ଧିତ ଖବର