ଚନ୍ଦନେଶ୍ୱର: ବାଲେଶ୍ୱରର କସାଫଳ ମୁହାଣରୁ ମାଛ ମାରିବାକୁ ବାହାରିଥିବା ମା ହିଙ୍ଗୁଳା ଟ୍ରଲର ୬ ଦିନ ପୂର୍ବରୁ ଅଗଭୀର ସମୁଦ୍ର ମଧ୍ୟକୁ ମାଛ ମାରିବାକୁ ବାହାରିଥିବା ବେଳେ ମଙ୍ଗଳବାର ରାତିରେ ପ୍ରବଳ ଜୁଆର ଓ ପବନ ମାଡ଼ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଦୟପୁର ବେଳାଭୂମି ସଂଲଗ୍ନ ପଶ୍ଚିମବଙ୍ଗର ଦିଘା ନିକଟବର୍ତ୍ତୀ ଦତ୍ତପୁର ବେଳାଭୂମିରେ ଲାଗିଛନ୍ତି। ଉକ୍ତ ଟ୍ରଲରରେ ଥିବା ୧୩ ଜଣ ମତ୍ସଜୀବୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏହି ମତ୍ସଜୀବୀମାନେ ହେଲେ କସାଫଳର ଶଙ୍କର ମୁର୍ମୁ, ଅଜୟ ଜେନା, ଅବନୀ ବେହେରା, ପୂର୍ଣଚନ୍ଦ୍ର ପାଣିଆଡିଆ, ସିଂରାୟ, ସରୋଜ ରଞ୍ଜନ ମୁର୍ମୁ, ପାପୁନ ବେହେରା ପ୍ରମୁଖ। ପାପୁନ ବେହେରା, ଅଜୟ ଜେନା ଓ ଶଙ୍କର ମୁର୍ମୁ ଗୁରୁତର ଆହତ ହୋଇଛନ୍ତି। ଦିଘା ପୁଲିସ ଘଟଣାସ୍ଥଳରେ ପହଂଚି ଅନୁସନ୍ଧାନ ଚଳାଇଛନ୍ତି।

Advertisment

publive-image

ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ମନୋରମ ବେଳାଭୂମି ତାଳସାରୀର ପଶ୍ଚିମପଟକୁ ସମୁଦ୍ରକୂଳ ଖାଉଛି। ଫଳରେ ସମୁଦ୍ରର ଉଚ୍ଚ ଜୁଆର ଆସି ସୁଉଚ୍ଚ ବାଲି ସମୁଦ୍ର ସ୍ରତରେ ଭାସି ଯାଉଛି। ଫଳରେ ୩ଟି ଗାଁ ଓ ବେଳାଭୂମିରେ ଥିବା ୪ଟି ହୋଟେଲ ବିପଦ ଘେରରେ ରହିଛି।

ଗତ ୨ ଦିନ ଧରି ଲଗୁଚାପ ଜନିତ ଲଗାଣ ବର୍ଷା ଓ ପୂର୍ଣ୍ଣିମା ତିଥି ଥିବାରୁ ସମୁଦ୍ରରେ ଜୁଆର ଆସିବା ସହିତ ଉଚ୍ଚ ଲହଡ଼ି କୂଳରେ ମାଡ଼ ଖାଉଛି। ୧o ରୁ ୧୨ ଫୁଟ ଉଚ୍ଚର ଜୁଆର ଦେଖା ଦେଇଛି, ଯାହାଫଳରେ ତାଳସାରୀ ଜେଟି ଉପରେ ପାଣିର ଲହଡ଼ି ଭାଙ୍ଗୁଛି। ଉଚ୍ଚ ଜୁଆର ମାଡ଼ରେ ତାଳସାରୀର ପଶ୍ଚିମପଟରେ ଥିବା ସୁଉଚ୍ଛ ବାଲି ଆଡିଆ ଗୁଡିକ ସମୁଦ୍ର ପାଣିରେ ଧୋଇ ହୋଇ ଯିବା ଯୋଗୁଁ କୃଷ୍ଣ ନଗର, କନ୍ୟାନଗରୀ, ବିନ୍ଧାପଦ୍ମପୁର ଗ୍ରାମ ପ୍ରତି ବିପଦ ଦେଖା ଦେଇଛି। ଏଠାରେ ବସବାସ କରୁଥିବା ହଜାର ହଜାର ଲୋକ ଆତଙ୍କିତ ହୋଇପଡିଛନ୍ତି। ସେହିଭଳି ବେଳାଭୂମିରେ ଥିବା ଚକାଡୋଳା ହୋଟେଲ, ସାଗରସୌକତ ଓ ଶଙ୍ଖଚିଲ ହୋଟେଲ ବିପଦ ଘେରରେ ରହିଛି।

ଦୀର୍ଘଦିନ ଧରି ତାଳସାରୀ ଠାରୁ କୀର୍ତ୍ତନିଆ ମୁହାଁଣ୍ ପର୍ଯ୍ୟନ୍ତ ସାମୁଦ୍ରିକ ପଥରବନ୍ଧ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ୍ୟ ଏଯାବତ କୌଣସି କାର୍ଯ୍ୟ ହୋଇପାରିନାହିଁ। ଅବିଳମ୍ବେ ତାଳସାରୀ ଠାରେ ପଥରବନ୍ଧ ନକଲେ ଏହି ୩ଟି ହୋଟେଲ ସମେତ ୩ଟି ଗାଁ ସମୁଦ୍ର ଗର୍ଭରେ ଲୀନ ହେବାରେ ଆଶା ସୃଷ୍ଟି ହୋଇଛି।