ଜୟପୁର: ଆସନ୍ତା ୧୩ରେ ହେବ ସାଧାରଣ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯିବ। ଭୋଟଦାନ ଲାଗି କୋରାପୁଟ ଜିଲ୍ଲା ଜୟପୁର ସହରରେ ୯୦ଟି କେନ୍ଦ୍ରର ବ୍ୟବସ୍ଥା ହୋଇଛି। ଚଳିତ ନିର୍ବାଚନରେ ୧୩ଟି ପିଙ୍କ ବୁଥର ବ୍ୟବସ୍ଥା କରିଛି ପୌରପାଳିକା। ଏହି ମତଦାନ କେନ୍ଦ୍ରରେ କେବଳ ମହିଳାମାନେ ଭୋଟ ଦେବେ ଏବଂ ଏଠାରେ ମହିଳା ସରକାରୀ କର୍ମଚାରୀମାନେ ହିଁ ପୁଲିଂ କର୍ମଚାରୀ ଭାବେ କାର୍ଯ୍ୟ କରିବେ।

Advertisment

ମତଦାନର ୩ଦିନ ପୂର୍ବରୁ ସମସ୍ତ ବୁଥକୁ ପୁଣିଥରେ ସଫେଇ କରା‌ଯିବ ଓ ଆନୁସଙ୍ଗିକ ସୁବିଧାର ତଦାରଖ କରାଯିବ ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ମହିଳା ମତଦାତାଙ୍କୁ ଉତ୍ସାହିତ କରିବା ଏବଂ ଏମାନଙ୍କ ମତଦାନହାରକୁ ବୃଦ୍ଧି କରିବାକୁ ସେମାନଙ୍କ ଲାଗି ସ୍ବତନ୍ତ୍ର ବୁଥ୍ କରାଯାଇଛି। ଇରିଗେସନ ପ୍ରକଳ୍ପ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୨ଟି ବୁଥ କରାଯାଇଛି। ସେହିପରି, ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ୩ଟି, ପାଇଲସାହି ସରକାରୀ ପୌରପାଳିକା ଉଚ୍ଚବିଦ୍ୟାଳୟରେ ୨ଟି, ଚନ୍ଦନବାଡ ସରକାରୀ ପୌରପାଳିକା ହାଇସ୍କୁଲ କେନ୍ଦ୍ରରେ ୨ଟି, ପୁରୁଣାମାଛ ବଜାର ନିକଟ ସରକାରୀ କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ ୨ଟି, ସରକାରୀ ଉଚ୍ଚବାଳିକା ବିଦ୍ୟାଳୟ କେନ୍ଦ୍ର ଓ ମହାରାଣୀପେଟା ସରକାରୀ ପ୍ରାଥମିକ ବିଦ୍ୟାଳୟ କେନ୍ଦ୍ରରେ ଗୋଟିଏ ଲେଖାଏଁ ପିଙ୍କ ବୁଥ୍ ଖୋଲାଯିବ। ସେହିପରି ୬ଟି ଇକୋ ଫ୍ରେଣ୍ଡଲି ବୁଥର ମଧ୍ୟ ବ୍ୟବସ୍ଥା ହୋଇଛି। ଜୟନଗର ସରକାରୀ ପ୍ରଥମିକ ସେବାକେନ୍ଦ୍ରରେ ୩ଟି, ଇରିଗେସ ଗେସନ କଲୋନି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଗୋଟିଏ, ଜେଇଏଲ୍‌ଏସି ହାଇସ୍କୁଲ କେନ୍ଦ୍ରରେ ଏଭଳି ୨ଟି ବୁଥର ବ୍ୟବସ୍ଥା କରାଯାଇଛି। ପୌରାଞ୍ଚଳରେ ସମସ୍ତ ବୁଥରେ ପାନୀୟଜଳ ବ୍ୟବସ୍ଥା, ଭୋଟରଙ୍କ ଲାଗି ବିଶ୍ରାମସ୍ଥାନ, ଶୌଚାଳୟ, ବିଦ୍ୟୁତ ଏବଂ ଅନ୍ୟାନ୍ୟ ସୁବିଧା କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।