ନୂଆଦିଲ୍ଲୀ: ପୁଲିସ ବାହିନୀରେ ଉଲ୍ଲେଖନୀୟ ସେବା ନିମନ୍ତେ ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାରୁ ୧୩ଜଣ ପୁଲିସ କର୍ମଚାରୀ ରାଷ୍ଟ୍ରପତି ପୁଲିସ ପଦକ ଏବଂ ପୁଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
୧୩ଜଣଙ୍କ ମଧ୍ୟରୁ ୨ଜଣ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଉଥିବା ବେଳେ ଅବଶିଷ୍ଟ ୧୧ଜଣଙ୍କୁ ଗୁଣାତ୍ମକ ସେବା ନିମନ୍ତେ ପୁଲିସଙ୍କୁ ପୁଲିସ ପଦକ ମିଳିବ।
/sambad/media/post_attachments/wp-content/uploads/2021/01/2_06_14_36_service-_1_H@@IGHT_491_W@@IDTH_700.jpg)
ଭୁବନେଶ୍ୱରସ୍ଥିତ ‘ଏସ୍ଆଇଡବ୍ଲୁ’ ଅଫିସ୍ ଅଟ୍ଟାଳିକାରେ ଥିବା ଗୁଇନ୍ଦା ନିର୍ଦେଶାଳୟର ଗୁଇନ୍ଦା ନିର୍ଦେଶକ ରାଧାକିଷନ୍ ଶର୍ମା ଏବଂ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯିବ।
ସେହିଭଳି, କଟକ ବକ୍ସି ବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟର ଆଇନଶୃଙ୍ଖଳା ବିଭାଗର ପୁଲିସ ମହାନିର୍ଦେଶକ ଏସ୍ ପ୍ରବୀଣ କୁମାର, ରାଉରକେଲାର ସ୍ପେସାଲ୍ ବ୍ରାଞ୍ଚ୍ର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରବୀନ୍ଦ୍ର କୁମାର ଦାସ, ଭୁବନେଶ୍ୱର ‘ଏସ୍ଆଇଡବ୍ଲୁ’ର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଭବାନୀଶଙ୍କର ମିଶ୍ର, ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଡେପୁଟି କମାଣ୍ଡାଣ୍ଟ୍ ଅଶୋକ କୁମାର ଦେହୁରି, ଭୁବନେଶ୍ୱର ଏସିପି ଜୋନ୍-୬ର ସହକାରୀ ପୁଲିସ କମିସନର୍ ପ୍ରକାଶ ଚନ୍ଦ୍ର ପାଲ୍, କଟକସ୍ଥିତ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦେଶାଳୟର ସହକାରୀ ସବ୍ ଇନ୍ସ୍ପେକ୍ଟର୍ ମନୋରଞ୍ଜନ ଶତପଥୀ, ସୁନ୍ଦରଗଡ଼ର କ୍ରାଇମ୍ ହାବିଲଦାର୍ ସରୋଜ କୁମାର ଭୋଇ, କଟକସ୍ଥିତ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦେଶାଳୟର ଡ୍ରାଇଭର୍ ହାବିଲଦାର ଶେଖ୍ ନାସିରୁଦ୍ଦିନ, କୋରାପୁଟ ଜିଲ୍ଲା ସୁନାବେଡ଼ାର କନେଷ୍ଟବଳ ଗୌତମ ପାତ୍ର, ଝାରସୁଗୁଡ଼ାସ୍ଥିତ ‘ଓଏସ୍ଏପି ୨ୟ ବାଟାଲିୟନ୍’ର ସୁବେଦାର ହେମନ୍ତ ବାହାଦୁର କ୍ଷେତ୍ରୀ ଛେତ୍ରୀ ଏବଂ ଭୁବନେଶ୍ୱରସ୍ଥିତ ‘ଏସ୍ଓଜି’ର ଡେପୁଟି କମାଣ୍ଡାଣ୍ଟ୍ ବୁଡ୍ଡା ତାମଙ୍ଗ।