ପରିବହନ ନିୟମ ଉଲ୍ଲଙ୍ଘନ କରିବାରୁ ୧୩ ହଜାର ଟଙ୍କା ଜରିମାନା, ସ୍କୁଟି ଛାଡ଼ି ପଳାଇଲେ ମହିଳା

ଭଦ୍ରକ: ପରିବହନ ନିୟମ ଉଲ୍ଲଙ୍ଘନ କରିବାରୁ ଭଦ୍ରକର ଜଣେ ମହିଳାଙ୍କୁ ଶନିବାର ୧୩ ହଜାର ଟଙ୍କା ଜରିମାନା ହୋଇଛି। ଭଦ୍ରକ ପରିବହନ ବିଭାଗ ଆଜି ଯାନବାହନ ଯାଞ୍ଚ କରୁଥିବା ବେଳେ ପୁରୁଣାବଜାର ଥାନା ଅଞ୍ଚଳରେ ସହରର ଏସ୍‌.କେ ନିଜାମୁଦ୍ଦିନଙ୍କ ଝିଅ ନାହି ଅସ୍କର ଧରାପଡ଼ିଯାଇଥିଲେ। ମହିଳାଙ୍କ ଠାରୁ ଏହି ଜୋରିମାନା ଟଙ୍କା ଆଦାୟ ହୋଇପାରି ନାହିଁ। କାରଣ ସେ ଚତୁରତାର ସହିତ ସ୍କୁଟି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କ ପାଖରେ ଲାଇସେନ୍ସ ନ ଥିବାରୁ ୫ ହଜାର ଟଙ୍କା, ବୀମା ନଥିବାରୁ ୨ ହଜାର ଟଙ୍କା ଓ ହେଲ୍‌ମେଟ୍‌ ନଥିବାରୁ ୧ ହଜାର ଟଙ୍କା ଜୋରିମାନା ହୋଇଛି।

ଧରାପଡ଼ିଲେ ମଦ୍ୟପ କାର ଚାଳକ

ପରିବହନ ବିଭାଗ ଜଣେ ମଦ୍ୟପ ଚାଳକଙ୍କୁ ଅଟକ ରଖିଛି। ବାହାର ରାଜ୍ୟର ଏହି କାର ଚାଳକ ମଦ ପିଇ ଗାଡ଼ି ଚଳାଉଥିଲେ। ଯାଞ୍ଚ ବେଳେ ଧରାପଡ଼ିଯାଇଥିଲେ।

ସୂଚନାଯୋଗ୍ୟ ଦେଶରେ ନୂତନ ଯାନବାହନ ନିୟମ ଲାଗୁ ହେବା ପରେ ପରିବହନ ବିଭାଗର କର୍ମଚାରୀମାନେ ସକ୍ରିୟ ହୋଇଯାଇଛନ୍ତି। ସଡ଼କ ଓ ପରିବହନ ନିୟମ ଉଲଂଘନ କରୁଥିବା ଲୋକଙ୍କ ବିରୋଧରେ ଟ୍ରାଫିକ୍‌ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି।

ସମ୍ବନ୍ଧିତ ଖବର