ହାତୀ ଆକ୍ରମଣରେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବନବିଭାଗ ରେଞ୍ଜ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ମଣ୍ଡୁଆ ଗ୍ରାମର ଶୁଭକାନ୍ତ ରାଉତଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ ଶ୍ରୀକାନ୍ତ(୧୩) ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଗତକାଲି ଗ୍ରାମର ୫ ଜଣ ସାଙ୍ଗଙ୍କ ସହିତ ଶ୍ରୀକାନ୍ତ ଗାଁ ମୁଣ୍ଡ ନାଳକୁ ଶୌଚ ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲା।

ଗୁରୁତର ଅବସ୍ଥାରେ ଶ୍ରୀକାନ୍ତ ଓ ଚନ୍ଦନ ସାହୁଙ୍କୁ କଣିହାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ଥିବାରୁ ଶ୍ରୀକାନ୍ତକୁ ଅନୁଗୁଳ ଓ ଚନ୍ଦନକୁ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅନୁଗୁଳରୁ ଶ୍ରୀକାନ୍ତକୁ ପରେ କଟକ ବଡ଼ ଡ଼ାକ୍ତରଖାନା ନେବା ବାଟରେ ତା’ର ମୃତ୍ୟୁ ହୋଇଥିଲା। ଆଜି ସକାଳ ୯ ଟାରେ କ୍ଷତିପୂରଣ ଦାବିରେ ଶତାଧିକ ଗ୍ରାମବାସୀ ଛେଣ୍ଡିପଦାର ବନବିଭାଗ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।

ସମ୍ବନ୍ଧିତ ଖବର